ଇରାନକୁ ବଡ଼ ଝଟକା ଦେଲା ଇସ୍ରାଏଲ!: ୫ ଦିନ ମଧ୍ୟରେ ଦ୍ୱିତୀୟ CDS ନିହତ

338

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା (IDF) ଆଜି ଦାବି କରିଛି ଯେ, ଜଣେ ବରିଷ୍ଠ ଇରାନୀ କମାଣ୍ଡର ଅଲି ଶାଦମାନୀ ନିହତ ହୋଇଛନ୍ତି। ଯୁଦ୍ଧ ସମୟରେ ଇରାନ ସେନାର ମୁଖ୍ୟଙ୍କୁ ନିହତ କରିଥିବା ଇସ୍ରାଏଲ କହିଛି। ଏହି ଆକ୍ରମଣ ଏକ ବଡ଼ ଅପରେସନ ପରେ ହୋଇଛି ଯେଉଁଥିରେ ଇସ୍ରାଏଲ ‘ଅପରେସନ୍ ରାଇଜିଂ ଲାୟନ୍’ ଅଧୀନରେ ଇରାନର ମେଜର ଜେନେରାଲ ଗୁଲାମ ଅଲି ରସିଦଙ୍କୁ ମଧ୍ୟ ହତ୍ୟା କରିଥିବା ଦାବି କରିଛି। ଇରାନର ନ୍ୟୁଜ୍ ଏଜେନ୍ସି ତସନିମ୍ ଅନୁଯାୟୀ, ରସିଦଙ୍କ ମୃତ୍ୟୁ ପରେ ଅଲି ଶାଦମାନୀଙ୍କୁ ନୂତନ ସାମରିକ କମାଣ୍ଡର କରାଯାଇଥିଲା। ତାଙ୍କୁ ‘ଖାତମ୍ ଅଲ୍-ଅମ୍ବିୟା କେନ୍ଦ୍ରୀୟ ମୁଖ୍ୟାଳୟ’ର ନେତୃତ୍ଵ ଦିଆଯାଇଥିଲା। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ନିରନ୍ତର ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ।

Comments are closed, but trackbacks and pingbacks are open.