ଆଇଏସ୍‌ଆଇଏସ୍ ମୁଖ୍ୟ ଅବୁ ହାସାନ ମୃତ

24

ବେରୁଟ୍‌: ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍ (ଇସ୍‌ଲାମିକ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ୍ ସିରିୟା)ର ବରିଷ୍ଠ ନେତା ଅବୁ ହାସାନ୍ ଅଲ୍ କ୍ୟୁରେସୀର ମୃତ୍ୟୁ ଘଟିଛି ବୋଲି ସଂଗଠନର ମୁଖପାତ୍ର ସୂଚନା ଦେଇଛନ୍ତି । ତେବେ ମୃତ୍ୟୁର ତାରିଖ ସ୍ପଷ୍ଟ କରାଯାଇନଥିବାବେଳେ ଶତ୍ରୁପକ୍ଷ ସହ ଲଢଇରେ ଅବୁ ଆସାନ୍‌ର ମୃତ୍ୟୁ ଘଟିଥିବା କୁହାଯାଇଛି । ଅପରପକ୍ଷରେ ଅବୁ ଅଲ୍ ହୁସେନ୍ ଅଲ୍ ହୁସେନି ଅଲ୍ କ୍ୟୁରେସିଙ୍କୁ ଆଇଏସ୍‌ର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି । ଚଳିତବର୍ଷ ଫେବୃଆରୀରେ ସିରିୟାର ଇବ୍‌ଲିବ୍ ପ୍ରଦେଶରେ ଆମେରିକୀୟ ସେନା ଆକ୍ରମଣରେ ଆଇଏସ୍‌ଆଇଏସ୍‌ର ତତ୍କାଳୀନ ମୁଖ୍ୟ ଅବୁ ଇବ୍ରାହିମ୍ ଅଲ୍ କ୍ୟୁରେସି ପ୍ରାଣ ହରାଇଥିଲେ ।

Comments are closed, but trackbacks and pingbacks are open.