ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

122

ନୂଆଦିଲ୍ଲୀ: ପାକିସ୍ତାନର ସୀମାନ୍ତ ଜିଲ୍ଲା ଜୈସଲମେରର ପୋଖରାଣ ଅଞ୍ଚଳରେ ରାଜସ୍ଥାନ ପୋଲିସର ଗୁଇନ୍ଦା ବିଭାଗ ଏକ ବଡ଼ ସଫଳତା ହାସଲ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ସ୍ଥାନୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ସୀମା ପାର ହୋଇ ଭାରତୀୟ ସେନା ସହିତ ଜଡିତ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ପଠାଇବାରେ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡିଛି। ଅତିରିକ୍ତ ପୋଲିସ ଗୁଇନ୍ଦା ମହାନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର କହିଛନ୍ତି ଯେ, ରାଜ୍ୟରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖାଯାଉଛି। ଏହି ସମୟରେ ଗୁଇନ୍ଦା ସଂସ୍ଥା ସୂଚନା ପାଇଥିଲା ଯେ, ପୋଖରାଣର ସାଙ୍କଡା ଥାନା ଅନ୍ତର୍ଗତ ନେଡାନ ଗ୍ରାମର ବାସିନ୍ଦା ଝବରାରାମ (୨୮ ବର୍ଷ) ଙ୍କ କାର୍ଯ୍ୟକଳାପ ସନ୍ଦେହଜନକ। ବୈଷୟିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହୁଥିଲା।

Comments are closed, but trackbacks and pingbacks are open.