ଦୁବାଇରେ ଇରାନୀ ଡ୍ରୋନ୍ ଆକ୍ରମଣ

94

ନୂଆଦିଲ୍ଲୀ: ପର୍ଯ୍ୟଟନ ଏବଂ ବ୍ୟବସାୟ ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବରେ ବିବେଚିତ ଥିବାା ଦୁବାଇର ଆକାଶଛୁଆଁ କୋଠା ଉପରେ ଯୁଦ୍ଧର କଳାବାଦଲ ଦେଖାଦେଇଛି। ଇରାନ ଓ ଆମେରିକା-ଇସ୍ରାଏଲ  ମଧ୍ୟରେ ଭୟଙ୍କର ସଂଘର୍ଷର ନିଆଁ ଏବେ ଏହି ସୁନ୍ଦର ମରୁଭୂମି ସହରରେ ପହଞ୍ଚିଛି। ଫଳରେ ସବୁଠି ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ସାଟେଲାଇଟ୍ ଚିତ୍ରଗୁଡ଼ିକ ଏହି ଭୟଙ୍କର ଦୃଶ୍ୟକୁ ନିଶ୍ଚିତ କରିଛି। ବିଳାସପୂର୍ଣ୍ଣ ଅଞ୍ଚଳରୁ କଳା ଧୂଆଁ ସ୍ପଷ୍ଟ ଭାବରେ ଉଠୁଥିବା ଦେଖାଯାଉଛି।ସାମ୍ପ୍ରତିକ ସାଟେଲାଇଟ୍ ଚିତ୍ରଗୁଡ଼ିକ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି କାରଣ ଏଥିରେ ଦୁବାଇର ପ୍ରତୀକାତ୍ମକ ଜେବେଲ୍ ଅଲି ବନ୍ଦର ଏବଂ ପାମ୍ ଜୁମେରାହରେ ନିଆଁ ଜଳୁଛି। ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ସହରର ଭିତ୍ତିଭୂମିକୁ ବହୁ କ୍ଷତି ପହଞ୍ଚାଇଛି। ଆକ୍ରମଣରେ ଅତି କମରେ ତିନି ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦଶନ୍ଧି ଧରି ଶାନ୍ତିର ଦ୍ୱୀପ ଭାବରେ ବିବେଚିତ ଦୁବାଇରେ ଏପରି ହିଂସା ସ୍ଥାନୀୟ ଲୋକ ଏବଂ ସେଠାରେ ରହୁଥିବା ପ୍ରବାସୀମାନଙ୍କ ମଧ୍ୟରେ ଅସୁରକ୍ଷାର ଭାବନା ସୃଷ୍ଟି କରିଛି।

Comments are closed, but trackbacks and pingbacks are open.