ରାହୁଲଙ୍କ ଉପରେ ବର୍ଷିଲେ ଇରାନୀ !

23

ସରଗରମ ହେଉଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ସହ ରାହୁଲ ଗାନ୍ଧୀ ଓବିସି ସମ୍ପ୍ରଦାୟକୁ ମଧ୍ୟ ଅପମାନ କରିଛନ୍ତି । ପ୍ରଧାନମନ୍ତ୍ରୀ ସର୍ବଦା କହିଛନ୍ତି ଯେ ତୁମେ ଯେତେ ଚାହିଁବ ମୋତେ ଅପମାନିତ କରିପାରିବ, କିନ୍ତୁ ଦେଶକୁ ଅପମାନ କରନାହିଁ ।

ସ୍ମୃତି ଇରାନୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ପ୍ରତିଛବିକୁ ଆକ୍ରମଣ କରିବା ପାଇଁ ରାହୁଲ ଗାନ୍ଧୀ ବିଦେଶରେ ମିଛ କହିଥିଲେ, ଦେଶରେ ମିଛ କହିଥିଲେ, ସଂସଦରେ ମିଛ କହିଥିଲେ । ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ସୁପ୍ରିମକୋର୍ଟଙ୍କ ଆଗରେ ନାକ ରଗଡି କ୍ଷମା ମାଗନ୍ତି,ହେଲେ ଆଜି ଭୟଭୀତ ନ ହେବାର ଅଭିନୟ କରୁଛନ୍ତି । ଏଥିସହ ସ୍ମୃତି ଇରାନୀ ମଧ୍ୟ ରାହୁଲ ଗାନ୍ଧୀଙ୍କ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାର ବିଷୟରେ ଉଲ୍ଲେଖ କରିଛନ୍ତି ।

ଇରାନୀ କହିଛନ୍ତି, ରାହୁଲ ସାକ୍ଷାତକାରରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶକ୍ତି ହେଉଛି ତାଙ୍କର ପ୍ରତିଛବି ଏବଂ ରାହୁଲ ଗାନ୍ଧୀ ୪ ମେ’ ୨୦୧୯ରେ ଏକ ମାଗାଜିନ ସାକ୍ଷାତକାରରେ ଶପଥ ନେଇଥିଲେ ଯେ, ପ୍ରତିଛବି ନଷ୍ଟ ନ ହେବା ପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଛବି ଉପରେ ଆକ୍ରମଣ ଜାରି ରଖିବି ।

Comments are closed, but trackbacks and pingbacks are open.