ଇରାନରେ ଫସିଛନ୍ତି ୯୦୦୦ ଭାରତୀୟ:ବୈଦେଶିକ ମନ୍ତ୍ରଣାଳୟ

36

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇ କହିଛନ୍ତି, ଏହି ୯ ହଜାରଙ୍କ ମଧ୍ୟରେ ଛାତ୍ର, ବ୍ୟବସାୟୀ, କର୍ମଜୀବୀ ଏବଂ ତୀର୍ଥଯାତ୍ରୀ ଫସି ରହିଛନ୍ତି। ଅନେକ ଭାରତୀୟ ନାଗରିକ ଓ ଅଧିକାଂଶ ଛାତ୍ର ଘରକୁ ଫେରିଛନ୍ତି। ତେହରାନରେ ରହୁଥିବା ଅନ୍ୟ ସୁରକ୍ଷିତ ସ୍ଥାନ ଓ ସହରଗୁଡ଼ିକୁ ଅନେକଙ୍କୁ ସ୍ଥାନାନ୍ତରିତ କରାଯାଇଛି।ଯେଉଁମାନେ ଆଜରବାଇଜାନ ଏବଂ ଆର୍ମେନିଆ ଦେଇ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଭିଜା ଏବଂ ସ୍ଥଳ ସୀମା କ୍ରସିଂ ସହିତ ସହାୟତା କରୁଛୁ ଯାହା ଦ୍ୱାରା ସେମାନେ ବାଣିଜିକ୍ୟ ବିମାନରେ ଫେରିପାରିବେ। ତେହରାନରେ ଆମର ମିଶନ ସମ୍ପ୍ରଦାୟ ସହିତ ନିରନ୍ତର ଯୋଗାଯୋଗରେ ରହିଛି ଏବଂ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରୁଛି l

Comments are closed, but trackbacks and pingbacks are open.