IPL2022 :ରୋମାଞ୍ଚକର ବିଜୟ ସହ ପ୍ଲେ ଅଫରେ ଲକ୍ଷ୍ନୌ, ବାଦ ପଡିଲା କଲକତା

29

ପ୍ଳେଅଫ ରୁ ବାଦ ପଡିଲା କୋଲକାତା ନାଇଟ୍ ରାଇଡର୍ସ (KKR) I IPL 2022 ଟି -୨୦ ଲିଗର ୬୬ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ରୋମାଞ୍ଚକର ମ୍ୟାଚରେ କଲକତାକୁ ମାତ୍ର ୨ ରନ୍ ରେ ପରାସ୍ତ କରିଛି I ୧୪ ଟି ମ୍ୟାଚରେ ଏହା KKR ର ୮ ମ ପରାଜୟ Iଏଥି ସହିତ ଲକ୍ଷ୍ନୌ ୧୪ ଟି ମ୍ୟାଚରେ ୯ ମ ବିଜୟ ହାସଲ କରିଛି I ମ୍ୟାଚ୍‌ରେ ପ୍ରଥମେ ଟସ ଜିତି ବ୍ୟାଟିଂ କରୁଥିବା ଲକ୍ଷ୍ନୌ ବିନା ୱିକେଟ୍ ରେ ୨୧୦ ରନ୍ ସ୍କୋର କରିଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ୧୪୦ ରନ୍ କରି ଆଉଟ୍ ହୋଇନଥିଲେ। ଏହାର ଜବାବରେ କେକେଆର ଦଳ କେବଳ ୮ ୱିକେଟ୍ ହରାଇ ୨୦୮ ରନ୍ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା Iଲକ୍ଷ୍ନୌ ୧୪ଶ ମୁକାବିଲାରୁ ନବମ ବିଜୟ ପରେ ୧୮ ପଏଣ୍ଟ ସହ ପଏଣ୍ଟ ତାଲିକାର ଦ୍ଵିତୀୟକୁ ଉଠିବା ସହ ପ୍ଲେ ଅଫରେ ପ୍ରବେଶ କରିଛି।

୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ବିନା ରନରେ ଭେଙ୍କଟେଶ ଆୟରଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ୯ ରନ ସ୍କୋରରେ ଦଳ ଅଭିଜିତ ତୋମାର(୪)ଙ୍କ ରୂପେ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା। ହେଲେ ନୀତୀଶ ରାଣା କ୍ରିଜକୁ ଆସିବା ମାତ୍ରେ ବିସ୍ପୋରକ ବ୍ୟାଟିଂ କରି କୋଲାକତା ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। ସେ ମାତ୍ର ୨୨ ବଲରୁ ୯ ଚୌକା ସହ ୪୨ ରନ କରି ଆଉଟ୍ ହୋଇଥିଲେ। ସେ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ତୃତୀୟ ଓ୍ଵିକେଟରେ ୫୬ ରନ ଯୋଡିଥିଲେ। ପୁଣି ଶ୍ରେୟସ ଆୟ ଏବଂ ସାମ ବିଲିଙ୍ଗ ଚତୁର୍ଥ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡି ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଶ୍ରେୟସ ୨୯ ବଲରୁ ୪ ଚୌକା ଏବଂ ୩ ଛକା ସହ ୫୦ ରନ କରିଥିଲେ। ଶ୍ରେୟସଙ୍କ ଆଉଟ୍ ପରେ କୋଲକାତା ଶୀଘ୍ର ଦୁଇଟି ଓ୍ଵିକେଟ ହରାଇଥିଲା। ସାମ ବିଲିଙ୍ଗ ୩୬ ରନ ଏବଂ ଆନ୍ଦ୍ରେ ରସେଲ ୫ ରନ କରି ବିଦାୟ ନେଇଥିଲେ।

୧୫୦ ରନରେ ୬ ଓ୍ଵିକେଟ୍ ହରାଇବା ପରେ କୋଲକାତାର ବିଜୟ ଆଶା ମଉଳିବାରେ ଲାଗିଥିଲା। ହେଲେ ରିଙ୍କୁ ସିଂହ ଏବଂ ସୁନିଲ ନାରିନ ଛକା-ଚୌକା ବର୍ଷା କରିଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ। ଶେଷ ଓଭରରେ ୨୧ ରନ ଦରକାର ଥିବା ବେଳେ ୧୮ ରନ କରିବାକୁ ସକ୍ଷମ ହୋଇଥିଲା କୋଲକାତା। ରିଙ୍କୁ ସିଂହ ୧୫ ବଲରୁ ୨ ଚୌକା ଏବଂ ୪ ଛକା ଜରିଆରେ ୪୦ ରନ କରି ଶେଷ ଓଭରର ପଞ୍ଚମ ବଲରେ ଆଉଟ୍ ହେବା କୋଲକାତା ବିଜୟରୁ ଦୂରେଇ ଯାଇଥିଲା। ସୁନିଲ ନାରିନ ୭ ବଲରୁ ୩ ଛକା ସହ ୨୧ ରନ କରି ଅପରାଜିତ ଥିଲେ। କୋଲକାତା ୮ ଓ୍ଵିକେଟରେ ୨୦୮ ରନ କରିବାରେ ସକ୍ଷମ ହୋଇଥିଲା।

ଲକ୍ଷ୍ନୌ ଇନିଂସ

କ୍ଵିଣ୍ଟନ ଡିକକ୍‌ଙ୍କ ବିସ୍ଫୋରକ ଶତକ ଏବଂ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲର ୬୬ତମ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ବିଶାଳ ବିନା ଓ୍ଵିକେଟ୍‌ରେ ୨୧୦ ରନ କରିଥିଲା ଲକ୍ଷ୍ନୌ। କ୍ଵିଣ୍ଟନ ଡିକ ଅପରାଜିତ ୧୪୦ ରନ କରିଥିଲେ। ସେ ୭୦ ବଲରୁ ୧୦ଟି ଲେଖାଏଁ ଚୌକା ଏବଂ ଛକା ମାରିଛନ୍ତି। ଆଇପିଏଲରେ ଏହା ହେଉଛି ତାଙ୍କର ଦ୍ଵିତୀୟ ଶତକ। କେଏଲ ରାହୁଲ ୫୧ ବଲରୁ ୩ ଚୌକା ଏବଂ ୪ ଛକା ସହ ୬୮ ରନ କରି ଅପରାଜିତ ଅଛନ୍ତି। ଡିକକ୍ ଏବଂ କେଏଲ ରାହୁଲ କୌଣସି ଭାଗିଦାରୀରେ ସର୍ବାଧିକ ରନ କରି ଆଇପିଏଲରେ ଇତିହାସ ରଚିଛନ୍ତି। ସୁନିଲ ନାରିନଙ୍କୁ ବାଦ୍ ଦେଲେ କୋଲକାତା ନାଇଟ୍ ରାଇଡର୍ସର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ଟସ୍ ଜିତି ଲକ୍ଷ୍ନୌ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଦୁଇ ବ୍ୟାଟସମ୍ୟାନ କୋଲକାତା ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ବିଶେଷ କରି ଡିକକ୍ ଦ୍ରୁତ ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଡିକକ୍ ଆଇପିଏଲ ଇତିହାସରେ ନିଜର ସର୍ବଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ସେ ୭୦ ବଲରୁ ୧୦ଟି ଲେଖାଏଁ ଚୌକା ଏବଂ ଛକା ସହ ୧୪୦ ରନ କରିଛନ୍ତି। ଆଇପିଏଲର ଏହା ତାଙ୍କର ଦ୍ଵିତୀୟ ଶତକ। ଅନ୍ୟପଟେ ତାଙ୍କୁ ଉତ୍ତମ ସହଯୋଗ ଦେଇଛନ୍ତି ଅଧିନାୟକ କେଏଲ ରାହୁଲ।

କୋଲକାତାର ସୁନିଲ ନାରିନଙ୍କୁ ବାଦ୍ ଦେଲେ ବାକି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଉମେଶ ଯାଦବ ୩୪ ରନ, ଟିମ୍ ସାଉଦି ୫୭, ବରୁଣ ଚକ୍ରବର୍ତ୍ତୀ ୩୮ ଏବଂ ଆନ୍ଦ୍ରେ ରସେଲ ୪୫ ରନ ବ୍ୟୟ କରିଛନ୍ତି। ସୁନିଲ ନାରିନ ସବୁଠୁ କମ ୨୭ ରନ ଦେଇଛନ୍ତି।

Comments are closed, but trackbacks and pingbacks are open.