IPL2022 :ରାୱତ ଓ ବିରାଟ ଙ୍କ ବିରାଟ ବିଜୟ ‘ମୁମ୍ବାଇ ଇଂଡିଆନ୍ସ ର କ୍ରମାଗତ ୪ର୍ଥ ପରାଜୟ

29

ଚଳିତ IPL ସିଜିନ୍ ର ୧୮ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିଲା Iମୁମ୍ବାଇ ଇଣ୍ଡିଆନ୍ସକୁ ୭ ଓ୍ଵିକେଟରେ ହରାଇ ବେଙ୍ଗାଲୁରୁ ଚାରୋଟି ମ୍ୟାଚ୍‌ରୁ ତିନୋଟି ବିଜୟ ହାସଲ କରିଛି। ଅନ୍ୟପଟେ ୫ ଥରର ଚାମ୍ପିଅନ ମୁମ୍ବାଇର ଚଳିତ ଆଇପିଏଲରେ ନୈରାଶ୍ୟଜକ ପ୍ରଦର୍ଶନ ଜାରି ରଖି କ୍ରମାଗତ ଚତୁର୍ଥ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ୬୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୧ ରନ କରିଥିଲା। ଜବାବରେ ବେଙ୍ଗାଲୁରୁ ଅଞ୍ଜୁ ରାଓ୍ଵତଙ୍କ ୬୬ ରନ ଏବଂ ବିରାଟ କୋହଲିଙ୍କ ୪୮ ରନ ବଳରେ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଅନୁଜ ରାଓ୍ଵତ ଏବଂ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚଳିତ ଆଇପିଏଲର ୧୮ତମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି।

୧୫୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବେଙ୍ଗାଲୁରୁକୁ ଫାଫ ଡୁପ୍ଲେସିସ୍ ଏବଂ ଅନୁଜ ରାଓ୍ଵତ ଭଲ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟରେ ୫୦ ରନ ଯୋଡିଥିଲେ। ଡୁପ୍ଲେସିସ୍ ୧୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅନୁଜ ରାଓ୍ଵତ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଦମଦାର ବ୍ୟାଟିଂ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟରେ ୮୦ ରନ ଯୋଡିଥଲେ। ରାଓ୍ଵତ ୪୭ ବଲରୁ ୨ ଚୌକା ଏବଂ ୬ ଛକା ସହ ୬୬ ରନ କରି ପାଭିଲିୟନ ଫେରିଥିଲେ। ପରେ ବିରାଟ କୋହଲି ୪୮ ରନ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଦିନେଶ କାର୍ତ୍ତିକ ୭ ରନ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୮ ରନ କରି ଅପରାଜିତ ଥିଲେ। ବେଙ୍ଗାଲୁରୁ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

Comments are closed, but trackbacks and pingbacks are open.