IPL2022: ରାଜସ୍ଥାନ ରୟାଲ୍ସ ୮ ୱିକେଟ୍ ରେ ୧୪୪ ରନ,ବାଙ୍ଗାଲୋର ପାଇଁ ୧୪୫ ରନ ର ସହଜ ବିଜୟ ଲକ୍ଷ୍ୟ

28

ଆଇପିଏଲର ୩୯ ରେ ତମ ମ୍ୟାଚ୍ ପୁଣେର ଏମସିଏ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି I ବାଙ୍ଗାଲୋରର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ତେବେ ପ୍ରଥମ ପାଳିରେ ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ ମ୍ୟାଚରେ ନିରାଶଜନକ ପ୍ରଦର୍ଶନ କରିଛନ୍ତି। ବେଙ୍ଗାଲୁରୁ ବୋଲର ଶାଣିତ ବୋଲିଂର ମୁକାବିଲା କରିନପାରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୪ ରନ କରିଛି। ରାଜସ୍ଥାନ ରୟାଲ୍ସ ଦଳ ପକ୍ଷ୍ୟରୁ ଏକା ରିୟାନ୍ ପରାଗ (56 *) ର ଅପରାଜିତ ଅର୍ଦ୍ଧଶତକୀୟ ସଂଗ୍ରହ କରିଥିଲା I ଯାହାକି ବାଙ୍ଗାଲୋରକୁ ୧୪୫ ରନ୍ ଲକ୍ଷ୍ୟ ଦେଇଛି । ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଜୋସ ହେଜେଲଉଡ, ଓ୍ଵାନିନ୍ଦୁ ହସରଙ୍ଗା ଓ ମହମ୍ମଦ ସିରାଜ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇ ରାଜସ୍ଥାନ ବ୍ୟାଟସମ୍ୟାନଙ୍କ ବ୍ୟାଟ୍ ଉପରେ ଅଙ୍କୁଶ ଲଗାଇଥିଲେ। ଏହା ପୂର୍ବରୁ ଟସ୍ ଜିତି ବେଙ୍ଗାଲୁରୁ ବୋଲିଂ ନିଷ୍ପତ୍ତି ନେଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ଆଜି ନିରାଶ ଜନକ ଥିଲା। ୧୧ ରନ ସ୍କୋରରେ ଦେବଦତ୍ତ ପାଡିକଲ(୭) ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ଵିନ ଆଜି ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସି ୯ ବଲରୁ ଦ୍ରୁତ ୧୭ ରନ କରିଥିଲେ। ତେବେ ଦଳର ଇନଫର୍ମ ବ୍ୟାଟସମ୍ୟାନ ଜୋସ୍ ବଟଲର(୮) ଆଉଟ୍ ହେବା ରାଜସ୍ଥାନକୁ ବଡ ଝଟକା ଲାଗିଥିଲା। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଜୋସ ହେଜେଲଉଡ, ମହମ୍ମଦ ସିରାଜ ଓ ଓ୍ଵାନିନ୍ଦୁ ହସରଙ୍ଗା ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।

ଅଧିନାୟକ ସଞ୍ଜୁ ସାମସନ ୨୭ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ରିୟାନ ପରାଗ ଏକାକୀ ବେଙ୍ଗାଲୁରୁ ବୋଲରଙ୍କ ମୁକାବିଲା କରିଥିଲେ। ଅନ୍ୟପଟେ ସିମରନ ହେଟମାୟର ୩, ଡାରିଲ ମିଚେଲ୍ ୧୬, ଟ୍ରେଣ୍ଟ ବୋଲ୍ଟ ୫ ଓ ପ୍ରସିଦ୍ଧ କୃଷ୍ଣା ୨ ରନ କରି ଆଉଟ୍ ହୋଇଥିଲେ। ପରାଗ ଦମଦାର ବ୍ୟାଟିଂ କରି ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ପରାଗ ୩୧ ବଲରୁ ୩ ଚୌକା ଏବଂ ୪ ଛକା ସହ ୫୬ ରନ କରିଥିଲେ। ତାଙ୍କର ଏହି ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ ୮ ଓ୍ଵିକେଟ୍ ହରାଇ ୧୪୪ ରନ କରିଛି।

ବେଙ୍ଗାଲୁରୁ ପକ୍ଷରୁ ଜୋସ୍ ହେଜେଲଉଡ ୧୯ ରନ ଦେଇ ୨, ଓ୍ଵାନିନ୍ଦୁ ହସରଙ୍ଗା ୨୩ ରନ ଦେଇ ୨ ଏବଂ ମହମ୍ମଦ ସିରାଜ ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ହର୍ଷଲ ପଟେଲ୍ ୩୩ ରନ ଦେଇ ଗୋଟିଏ ସଫଳତା ପାଇଥିଲେ।

Comments are closed, but trackbacks and pingbacks are open.