IPL2022: ପ୍ଲେ ଅଫ୍ ଟିକେଟ୍ କାଟିଲା ରାଜସ୍ଥାନ ରୟାଲ୍ସ , ପରାଜୟ ସହିତ ଚେନ୍ନାଇ ର ବିଦାୟ

27

ପୂର୍ବତନ ଚାମ୍ପିଅନ୍ ରାଜସ୍ଥାନ ରୟାଲ୍ସ ବର୍ତ୍ତମାନର ଆଇପିଏଲ୍ (ଆଇପିଏଲ୍ -2022) ର ପ୍ଲେ ଅଫ୍ ପାଇଁ ଟିକେଟ୍ କାଟିଛି | ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ଶୁକ୍ରବାର ଦିନ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (RR ବନାମ CSK) କୁ ୫ ୱିକେଟରେ ପରାସ୍ତ କରିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା। ଏହା ପରେ ରାଜସ୍ଥାନ ୧୯ .୪ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ସେହିପରି ଚେନ୍ନାଇର ପରାଜୟ ସହିତ ଆଇପିଏଲ ରୁ ବିଦାୟ ନେଇଛି I ଚେନ୍ନାଇ ଦ୍ଵାରା ଧାର୍ଯ୍ୟ ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ଯଶସ୍ଵୀ ଜୟସଓ୍ଵାଲଙ୍କ ୫୯ ଏବଂ ରବିଚନ୍ଦ୍ରନ ଅଶ୍ଵିନଙ୍କ ଅପରାଜିତ ୪୦ ରନ ସହାୟତାରେ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଏହି ବିଜୟ ସହ ପ୍ଲେ ଅଫରେ ନିଜର ସ୍ଥାନ ସୁନିଶ୍ଚିତ କରିବା ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଛି ରାଜସ୍ଥାନ। ୧୪ଟି ମୁକାବିଲାରୁ ୯ ବିଜୟ ପରେ ଫାଇନାଲ୍ ଖେଳିବା ପାଇଁ ଦଳ ନିକଟରେ ଦୁଇଟି ସୁଯୋଗ ମିଳିବ। ଅନ୍ୟପଟେ ପରାଜୟ ସହ ଚେନ୍ନାଇ ଆଇପିଏଲ ୨୦୨୨ ଅଭିଯାନ ଶେଷ କରିଛି। ଦଳ ସମସ୍ତ ମ୍ୟାଚ୍ ଖେଳି ୪ ବିଜୟ ଏବଂ ୧୦ମ ପରାଜୟ ସହ ପଏଣ୍ଟ ତାଲିକାର ନବମରେ ରହିଛି।

ପ୍ରଥମେ ବ୍ୟାଟିଂ କରି ମୋଇନ ଅଲ୍ଲୀଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ଵେ ବଡ ସ୍କୋର କରିବାରେ ବିଫଳ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଥମେ ଲାଗୁଥିଲା ଦଳ ୨୦୦ ପାଖାପାଖି ସ୍କୋର କରିବ ହେଲେ, ଦଳ ବହୁତ କଷ୍ଟରେ ୬ ଓ୍ଵିକେଟ୍‌ ହରାଇ ୧୫୦ ରନ କରିପାରିଥିଲା। ମୋଇନ ଅଲ୍ଲୀ ୫୭ ବଲରୁ ୯୩ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ଧୋନୀ ୨୬ ରନର ଧିମା ଇନିଂସ ଖେଳିଛନ୍ତି। ଏକଦା ୧୦.୨ ଓଭରରେ ୯୫ ରନ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ଆଡକୁ ଦ୍ରୁତ ରନ କରିବାରେ ବିଫଳ ହୋଇଛି। ରାଜସ୍ଥାନ ପକ୍ଷରୁ ଅବେଡ ମ୍ୟାକକୟ ୨୦ ରନ ଦେଇ ୨, ୟୁଜବେନ୍ଦ୍ର ଚହଲ ୨୬ ରନ ଦେଇ ୨ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୨୮ ରନ ଦେଇ ୧ ଓ୍ଵିକେଟ୍ ନେଇଥିଲେ।

ଜବାବରେ ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଯଶସ୍ଵୀ ଜୟସଓ୍ଵାଲ ୪୪ ବଲରୁ ୮ ଚୌକା ଏବଂ ୧ ଛକା ସହ ୫୯ ରନର ଇନିଂସ ଖେଳିଛନ୍ତି। ମଧ୍ୟକ୍ରମରେ ସଅଳ ଓ୍ଵିକେଟ୍ ଖସିବାରୁ ରାଜସ୍ଥାନ ରୟାଲ୍ସର ରନ ଗତି ଧିମେଇ ଯାଇଥିଲା। ଦେବଦତ୍ତ ପାଡିକଲ(୩) ଅଧିକ ସମୟ ତିଷ୍ଠି ପାରିନଥିଲେ। ହେଲେ ରବିଚନ୍ଦ୍ରନ ଅଶ୍ଵିନ ଦ୍ରୁତ ବ୍ୟାଟିଂ କରି ଦଳକୁ ବିଜୟୀ କରାଇବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଅଶ୍ଵିନ ୨୩ ବଲରୁ ୨ ଚୌକା ଏବଂ ୩ ଛକା ଜରିଆରେ ୪୦ ରନ କରି ଅପରାଜିତ ଅଛନ୍ତି। ରିୟାନ ପରାଗ ୧୦ ରନ କରିଛନ୍ତି। ଜୋସ୍ ବଟଲର ୨ ବିଫଳ ହୋଇଛନ୍ତି।

Comments are closed, but trackbacks and pingbacks are open.