IPL2022 : ଅନ୍ତିମ ଲିଗ ମ୍ୟାଚ ରେ ମୁହାଁମୁହିଁ ହେବେ ପଞ୍ଜାବ ବନାମ ହାଇଦ୍ରାବାଦ

26

IPL ର ଏହି ୧୫ ଶ ସିଜନରେ, ଆଜି ସନ୍ଧ୍ୟା ରେ ୭୦ ତମ ଅନ୍ତିମ ଲିଗ ମ୍ୟାଚ୍ ଖେଳାଯିବ I ଏହି ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଲଢେଇ ହେବ I ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ କେନ ୱିଲିୟମସନ ଏବଂ ପଞ୍ଜାବ କିଙ୍ଗସ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲ ରହିଛନ୍ତି I।
ଉଭୟ ସନରାଇଜର୍ସ ଓ ପଞ୍ଜାବ କିଙ୍ଗ୍‌ସ ୧୨ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ଉନ୍ନତ ରନ୍‌ ରେଟ୍‌ ବଳରେ ପଞ୍ଜାବ କିଙ୍ଗ୍‌ସ ସପ୍ତମ ସ୍ଥାନରେ ରହିଛି । ସନରାଇଜର୍ସ ଅଷ୍ଟମ ସ୍ଥାନ ଅଧିକାର କରିଛି । ମ୍ୟାଚ୍‌ ବିଜୟୀ ଦଳ ଷଷ୍ଠକୁ ଉନ୍ନୀତ ହେବ । ଏହି ସ୍ଥାନରେ ଥିବା କୋଲକାତା ନାଇଟ ରାଇଡର୍ସ ସପ୍ତମକୁ ଖସିବ

ବିଜୟ ସହ ସିଜନ ଶେଷ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଫଳରେ ଦର୍ଶକମାନେ ଏହି ମ୍ୟାଚ୍‌ର ଭରପୁର ରୋମାଞ୍ଚ ନେଇ ପାରିବେ। ସନରାଇଜର୍ସ ବ୍ୟାଟିଂ ବିଭାଗ ତ୍ରୁଟି ସୁଧାରିବାରେ ବିଫଳ ହୋଇଥିଲା । ଅଧିନାୟକ କେନ ୱିଲିୟମସନଙ୍କ ବ୍ୟାଟ୍‌ ଏଥର ଚୁପ୍‌ ରହିଥିଲା । ନିକୋଲାସ ପୂରନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ । ଆହତ ସମସ୍ୟା ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ସାଜିଥିଲା । ୱାସିଂଟନ ସୁନ୍ଦର ଓ ଟି ନଟରାଜନ ବାରମ୍ବାର ଆହତ ହୋଇଥିଲେ । ବର୍ତ୍ତମାନ ସବୁ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ସବୁ ତ୍ରୁଟିକୁ ଭୁଲି ସନରାଇଜର୍ସ ଉନ୍ନତ ପ୍ରଦର୍ଶନ କରିବ । ୱିଲିୟମସନ ମ୍ୟାଚ୍ ଖେଳିବେନି । ତାଙ୍କ ସ୍ଥାନରେ ଜଣେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ ।

ପଞ୍ଜାବ କିଙ୍ଗ୍‌ସ ଚଳିତ ସିଜନରେ କିଛି ଚମତ୍କାର ପ୍ରଦର୍ଶନ କରିଥିଲା । ବିଶେଷ କରି ଲାଏମ ଲିଭିଙ୍ଗଷ୍ଟୋନ, ଜନି ବେୟାରଷ୍ଟୋ, ଶିଖର ଧାୱନ, ଅର୍ଶଦୀପ ସିଂହ, କାଗିସୋ ରାବାଡା ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ମୟଙ୍କ ଅଗ୍ରୱାଲ୍‌ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । କିନ୍ତୁ ଶାହରୁଖ ଖାନ୍‌ ଓ ଓଡିନ ସ୍ମିଥ୍‌ ସଫଳତା ସତ୍ତେ୍ୱ ଖୁବ୍‌ କମ୍‌ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିଲେ ।

Comments are closed, but trackbacks and pingbacks are open.