IPL2022 : ଦ୍ୱିତୀୟ ମ୍ୟାଚ ରେ ମୁମ୍ବାଇ ଇଂଡିଆନ୍ସ ବନାମ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

21

ଆଇପିଏଲ୍‌ର ୧୮ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହ୍ୟାଟ୍ରିକ୍‌ ପରାଜୟ ସହ ଚାପରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ୍‌ ଜରିଆରେ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟଧାରା ଅବ୍ୟାହତ ରଖିବା ନେଇ ରଣନୀତି ପ୍ରସ୍ତୁତ କରିଛି । ଆଜି ରାତି ୭.୩୦ରୁ ମ୍ୟାଚ୍‌ ଆରମ୍ଭ ହେବ ।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସିଜନ ନୈରାଶ୍ୟଜନକ ରହିଛି । ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସଠୁ ପରାଜିତ ହୋଇଛି । ଏହାକୁ ନେଇ ଅଧିନାୟକ ରୋହିତ ଶର୍ମା ଚାପରେ ରହିଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ମ୍ୟାଚ୍‌ ପୂର୍ବରୁ ରୋହିତ ଦଳୀୟ ଖେଳାଳିଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ ଦେବାକୁ ଆହ୍ୱାନ ଦେଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ପ୍ରତ୍ୟାବର୍ତ୍ତନ ପରେ ବ୍ୟାଟିଂ ବିଭାଗ ସୁଦୃଢ଼ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ବୋଲିଂ ବିଭାଗର ସମସ୍ୟା ଦୂର ହୋଇନି । ଷ୍ଟାର୍‌ ବୋଲର ଯଶପ୍ରୀତ ବୁମ୍‌ରା ଓ ସ୍ପିନର ମୁରୁଗାନ ଅଶ୍ୱିନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ନିରାଶ କରିଛନ୍ତି । ଡାନିଲ୍‌ ସାମ୍ସଙ୍କ ସ୍ଥାନରେ ଫାବିଆନ୍‌ ଆଲେନ୍‌ ଏବଂ ବାସିଲ ଥାମ୍ପିଙ୍କ ସ୍ଥାନରେ ଜୟଦେବ ଉନାକାତଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ପରାଜିତ ହେବା ପରେ ପରବର୍ତ୍ତୀ ୨ଟି ଯାକ ମ୍ୟାଚ୍‌ରେ ଯଥାକ୍ରମେ ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସକୁ ହରାଇ ଦୃଢ଼ ମନୋବଳରେ ରହିଛି । ଆସନ୍ତାକାଲି ଗ୍ଲେନ୍‌ ମ୍ୟାକ୍ସୱେଲ ଖେଳିବେ । ତେଣୁ ବ୍ୟାଟିଂ ବିଭାଗ ଅଧିକ ସୁଦୃଢ଼ ହୋଇଯିବ । ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଦିନେଶ କାର୍ତ୍ତିକ ଓ ଶାହବାଜ ଅହମ୍ମଦ ଦୃଢ଼ ବ୍ୟାଟିଂ କରି ଦଳକୁ ଜିତାଇବା ସହ ମ୍ୟାଚ୍‌ ଫିନିଶର ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ ଥିବା ପ୍ରମାଣିତ କରିଥିଲେ । କେବଳ ବିରାଟ କୋହଲିଙ୍କ ଫର୍ମ ଚିନ୍ତାଜନକ ରହିଛି । ପେସ୍‌ ବୋଲର ହର୍ଷଲ ପଟେଲ ଓ ସ୍ପିନର ହାସାରଙ୍ଗାଙ୍କ ଉପରେ ସମସ୍ତଙ୍କ ନଜର ରହିବ 

Comments are closed, but trackbacks and pingbacks are open.