IPL2022 : ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ବନାମ କୋଲକାତା ନାଇଟ ରାଇଡର୍ସ

20

ଚଳିତ ଆଇପିଏଲ୍‌ର ୬୬ ତମ ଲିଗ୍‌ ମ୍ୟାଚ ରେ ମୁମ୍ବାଇ ର DY ପାଟିଲ ଷ୍ଟାଡିଅମ ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ କୋଲକାତା ନାଇଟ ରାଇଡର୍ସ I ଉଭୟ ଦଳର ଏହା ଶେଷ ଲିଗ୍‌ ମ୍ୟାଚ୍‌ । ୧୬ ପଏଣ୍ଟ ହାସଲ କରିସାରିଥିବା ସୁପରଜାଏଣ୍ଟ୍‌ସ ଆସନ୍ତା କାଲି ବିଜୟ ସହ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ନାଇଟ୍‌ ରାଇଡର୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରି ।

୧୨ ପଏଣ୍ଟ ହାସଲ କରିଥିବା ନାଇଟ୍‌ ରାଇଡର୍ସ ବଡ ବ୍ୟବଧାନରେ ବିଜୟ ହାସଲ କରି ପଏଣ୍ଟ ସଂଖ୍ୟା ୧୪ କୁ ବୃଦ୍ଧି କରିବ । ଏଥି ସହ ଅନ୍ୟ ଦଳ ଗୁଡ଼ିକର ପ୍ରଦର୍ଶନକୁ ମଧ୍ୟ ଅପେକ୍ଷା କରିବ । ନାଇଟ୍‌ ରାଇଡର୍ସର ରନ୍‌ ରେଟ୍‌ ୦.୧୬୦ ରହିଛି । ପଏଣ୍ଟ ତାଲିକାର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ୧୪ ପଏଣ୍ଟ ଲେଖାଏଁ ହାସଲ କରିସାରିଛନ୍ତି । କ୍ୟାପିଟାଲ୍ସ ଶେଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ଶେଷ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବେ ।

ଉଭୟଙ୍କ ମଧ୍ୟରେ ବିଜୟୀ ଦଳ ପ୍ଲେ- ଅଫ୍‌ରେ ପ୍ରବେଶ କରିପାରିବ । ଫଳରେ ୧୪ପଏଣ୍ଟ ହାସଲ କରୁଥିବା ଦଳ ମଧ୍ୟ ବାଦ ପଡ଼ିଯିବେ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ସୁପରଜାଏଣ୍ଟ୍‌ସ ୭୫ ରନ୍‌ରେ ବିଶାଳ ବିଜୟ ହାସଲ କରିଥିଲା । ନାଇଟ୍‌ ରାଇଡର୍ସ ଶେଷ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।

ଫଳରେ ବିଜୟ ଧାରା ଜାରି ରଖିବାକୁ ଦଳ ପ୍ରୟାସ କରିବ । ଅଜିଙ୍କ୍ୟା ରାହାଣେଙ୍କ ଆହତ ସମସ୍ୟା ଦଳକୁ ପ୍ରବାଭିତ କରିପାରେ । କାରଣ ପୂର୍ବରୁ ପ୍ୟାଟ୍‌ କମିନ୍ସ ମଧ୍ୟ ଆହତ ହୋଇ ବାଦ ପଡ଼ିସାରିଛନ୍ତି । ସୁପରଜାଏଣ୍ଟ୍‌ସ ଦଳ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିଲେ ହେଁ ଏପର୍ଯ୍ୟନ୍ତ ବ୍ୟାଟିଂ ବିଭାଗ ତ୍ରୁଟି ଦୂର କରିପାରି ନାହିଁ । ବିଶେଷ କରି ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । ପ୍ଲେ-ଅଫ ପୂର୍ବରୁ ସବୁ ତ୍ରୁଟି ସୁଧାରିବା ମୁଖ୍ୟ ଲକ୍ଷ୍ୟ ହେବ ।

Comments are closed, but trackbacks and pingbacks are open.