IPL2022 : ପ୍ରଥମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

21

ଚଳିତ ସିଜିନ ର ଆଇପିଏଲ ୨୦୨୨ ର ୧୭ ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗ୍ସମଧ୍ୟରେ ଲଢେଇ ହେଇବାକୁ ଯାଉଛି I ଉଭୟ ଦଳ ପୂର୍ବତନ ଚାମ୍ପିଅନ୍ ହୋଇଥିବାବେଳେ ଏପର୍ଯ୍ୟନ୍ତ ସିଜିନରେ ଗୋଟିଏ ବି ବିଜୟ ହାସଲ କରିନାହାଁନ୍ତି । ୨୦୧୬ ରେ ଟୁର୍ଣ୍ଣାମେଣ୍ଟରେ ସନରାଇଜର୍ସ ହାଇଦ୍ରାବାଦ ଜିତିଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଡିଫେଣ୍ଡିଂ ଚାମ୍ପିଅନ୍ I ମ୍ୟାଚ୍‌ ଅପରାହ୍ଣ ୩.୩୦ରୁ ଆରମ୍ଭ ହେବ ।

ରବିନ୍ଦ୍ର ଜାଡ଼େଜାଙ୍କ ନେତୃତ୍ତ୍ୱାଧିନ ସୁପରକିଙ୍ଗ୍‌ସ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ପ୍ରଥମ ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସଠୁ ୬ ୱିକେଟ୍‌ରେ ପରାସ୍ତ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୬ ୱିକେଟ୍‌ରେ ସୁପରଜାଏଣ୍ଟ୍‌ସଠୁ ଏବଂ ତୃତୀୟ ମ୍ୟାଚ୍‌ରେ ୫୪ରନ୍‌ରେ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହୋଇଥିଲା । ଟପ୍‌ ଅର୍ଡ଼ର ବ୍ୟାଟିଂ ଏବଂ ବୋଲିଂ ବିଭାଗର ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ହୋଇଛି । ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ ପରେ ଦଳ ୫ଦିନ ଅଭ୍ୟାସ ସମୟ ପାଇଥିଲା । ତେଣୁ ଦଳ ତ୍ରୁଟି ସୁଧାରିବା ସହ ଦଳ ସବୁ ବିଭାଗ ଉପରେ ଗୁରୁତ୍ୱ ଦେଇଛି । ଓପନର ଋତୁରାଜ ଗାଏକୱାଡ, ଅମ୍ଭାତି ରାୟୁଡୁ ଓ ଜାଡ଼େଜା ଫର୍ମକୁ ନେଇ ସଂଘର୍ଷ କରୁଥିବାବେଳେ ଶିବମ ଦୁବେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ପେସ୍‌ ବୋଲର ମୁକେଶ ଚୌଧୁରୀଙ୍କ ସ୍ଥାନରେ ତୁଷାର ଦେଶପାଣ୍ଡେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି ।

ସନ୍‌ରାଇଜର୍ସ ପ୍ରଥମ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଉଭୟ ମ୍ୟାଚ୍‌ରେ ଦଳର ବୋଲିଂ ଓ ବ୍ୟାଟିଂ ବିଭାଗ ନୈରାଶ୍ୟଜନକ ରହିଥିଲା । ଅଧିନାୟକ କେନ୍‌ ୱିଲିୟମସନ୍‌, ଓପନର ଅଭିଷେକ ଶର୍ମା, ନିକୋଲାସ ପୂରନ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ ଦେଇ ପାରିନାହାନ୍ତି । ଅଭିଷେକଙ୍କ ସହ ରାହୁଲ ତ୍ରିପାଠୀ ଓପନ କରିବା ସମ୍ଭାବନା ରହିଛି । ତେଣୁ ୱିଲିୟମସନ୍‌ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ପେସ୍‌ ବୋଲର କାର୍ତ୍ତିକ ତ୍ୟାଗୀ କିମ୍ବା ସ୍ପିନର ଶ୍ରେୟାସ ଗୋପାଲ୍‌ଙ୍କୁ ସୁଯୋଗ ମିଳିପାରେ ।

Comments are closed, but trackbacks and pingbacks are open.