IPL2022 : ଆଜି ସନ୍ଧ୍ୟା ରେ ମୁହାଁମୁହିଁ ହେବେ,ଚେନ୍ନାଇ ସୁପର କିଙ୍ଗସ ବନାମ ରୟଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ

22

ଚଳିତ ଆଇପିଏଲ ରେ ମହେନ୍ଦ୍ର ସିଂ ଧୋନି ଙ୍କ ୨ୟ ଥର ନେତୃତ୍ୱରେ ୪୯ ତମ ମ୍ୟାଚ ଚେନ୍ନାଇ ବନାମ ବେଙ୍ଗାଳୁରୁ ମଧ୍ୟରେ ମୁକାବିଲା ହେବାକୁ ଯାଉଛି I ଉଭୟ ଦଳ ନିକଟରେ ପ୍ଲେ-ଅଫ ସୁଯୋଗ ରହିଥିବାରୁ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ସୁପରକିଙ୍ଗସ ୯ଟି ମ୍ୟାଚ୍ ଖେଳି ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି ।ବାକି ୪ଟି ମ୍ୟାଚ୍ ଜିତିଲେ ଦଳର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚି ପାରିବ । ସୁପରକିଙ୍ଗ୍ସକୁ ହରାଇବା ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରେ ସହଜ ହେବ ନାହିଁ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସୁପରକିଙ୍ଗ୍ସ ୨୩ ରନରେ ବିଜୟୀ ହୋଇଥିଲା । ଶେଷ ୫ଟି ମ୍ୟାଚରୁ ସୁପରକିଙ୍ଗ୍ସ ୪ଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇଛି । ଦଳର ଓପନିଂ ବିଭାଗ ଫର୍ମକୁ ଫେରିବା ପରେ ସୁପରକିଙ୍ଗ୍ସ ପୂର୍ବ ଲୟ ଫେରି ପାଇବା ଭଳି ମନେ ହେଉଛି । ଗତ ସନରାଇଜର୍ସ ବିପକ୍ଷ ମ୍ୟାଚରେ ଋତୁରାଜ ଗାଏକୱାଡ୍ ଓ ଡେଭନ କନୱେ ଓପନ କରିଥିଲେ । ଗାଏକୱାଡ୍ ୯୯ ସଂଗ୍ରହ କରିଥିଲେ । କନୱେ ମଧ୍ୟ ଅପରାଜିତ ୮୫ରନ୍ର ଇନିଂସ ଖେଳିଥିଲେ ।

ରୟାଲ୍ ଚ୍ୟାଲେଞ୍ଜର୍ସ ଗତ ୧୪ ଦିନ ହେଲା କୌଣସି ମ୍ୟାଚ୍ ଜିତିନାହିଁ । ବ୍ୟାଟିଂ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନଯୋଗୁ ରୟାଲ୍ ଚ୍ୟାଲେଞ୍ଜର୍ସକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବୋଲିଂ ବିଭାଗର ପ୍ରଦର୍ଶନ ଉନ୍ନତ ରହିଛି । ମହମ୍ମଦ ସିରାଜ, ଜୋସ ହାଜେଲଉଡ୍ ଓ ୱାନିଣ୍ଡୁ ହସରଙ୍ଗା ସୁନ୍ଦର ବୋଲିଂ କରୁଛନ୍ତି । କେବଳ ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ । ଅବଶ୍ୟ ଗତ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ଓ ରଜତ ପତିଦର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଆସନ୍ତା କାଲି କୋହଲିଙ୍କ ଉପରେ ନଜର ରହିବ । ସେ କେବଳ ସୁପରକିଙ୍ଗ୍ସ ବିପକ୍ଷରେ ସର୍ବାଧିକ ୯୪୯ ରନ୍ ସଂଗ୍ରହ କରିସାରିଛନ୍ତି । ଆସନ୍ତା କାଲି ସେ ୧୦୦୦ ରନ୍ ପୂରଣ କରିବାର ସୁଯୋଗ ରହିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ୪୬ଟି ଛକା ମାରି ସାରିଛନ୍ତି ।

Comments are closed, but trackbacks and pingbacks are open.