IPL2022 :ଅଶ୍ୱିନ ଙ୍କ ଅର୍ଦ୍ଧଶତକ ବଳରେ ୧୬୦ରେ ପାଳି ସମାପ୍ତ କଲା ରାଜସ୍ଥାନ

109

IPL୨୦୨୨ ର ୫୮ ତମ ମ୍ୟାଚ ଆଜି ରାଜସ୍ଥାନ ବନାମ ଦିଲ୍ଲୀ ମଧ୍ୟରେ ମୁମ୍ବାୟ ର DY ପାଟିଲ ଷ୍ଟାଡିଅମ ରେ ଖେଳାଯାଉଛି I ପ୍ରଥମେ ଦିଲ୍ଲୀ ଟସ ଜିତି ରାଜସ୍ଥାନ କୁ ବ୍ୟୟାଟିଙ୍ଗ ପାଇଁ ଆମନ୍ତ୍ରଣ କରିଥିଲା I ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ଙ୍କ ୫୦ ଏବଂ ଦେବଦତ୍ତ ପାଡିକଲଙ୍କ ଦମଦାର ୪୮ ରନ ବଳରେ ଦଳ ନିର୍ଧାରିତ ୬ ଓ୍ଵିକେଟ୍ ହରାଇ ୧୬୦ ରନ କରିଛି ରାଜସ୍ଥାନ ରୟାଲ୍ସ। କର ବା ମର ମୁକାବିଲାରେ ଦିଲ୍ଲୀ ସମ୍ମୁଖରେ ରହିଛି ୧୬୧ ରନର ବିଜୟ ଲକ୍ଷ୍ୟ। ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୫୦ ରନ କରିଥିବା ବେଳେ ଦେବଦତ୍ତ ପାଡିକଲ ୪୮ ରନ କରିଛନ୍ତି। ଶେଷ ଆଡକୁ ଦିଲ୍ଲୀର ମାପଚୁପ ବୋଲିଂ କାରଣରୁ ରାଜସ୍ଥାନ ବଡ ସ୍କୋର କରି ପାରିନାହିଁ। ଦିଲ୍ଲୀ ପକ୍ଷରୁ ଚେତନ ସକାରିଆ, ମିଚେଲ ମାର୍ଶ ଏବଂ ଅନରିଚ ନୋର୍ତ୍ତଜେ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.