ଆଇପିଏଲ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଲା

34

କରୋନା ଯୋଗୁଁ ଦର୍ଶକ ଙ୍କୁ ଷ୍ଟାଡିଅମ ପ୍ରବେଶ ନିଷେଧ ହୋଇଥିଲା I ଆସନ୍ତା ସେପ୍ଟେମ୍ବର ୧୯ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା ତ-୨୦ ଫେଜ୍‌-୨ର ପ୍ରଥମ ମୁକାବିଲାରେ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ର ଅନୁମତି ମିଳିଛି Iଏହା ପୂର୍ବ ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟ ଖାଲି ଷ୍ଟାଡିୟମରେ ଖେଳାଯାଇଥିଲା I କିନ୍ତୁ ଏବେ ଆଇପିଏଲ ବୁଧବାର ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଦର୍ଶକଙ୍କ ଷ୍ଟାଡିୟମରେ ପ୍ରବେଶ ଅନୁମତି ଖବରର ଘୋଷଣା କରିଛି।

୨୦୧୯ ପରେ ପ୍ରଥମ ଥର ଦର୍ଶକ ଷ୍ଟାଡିୟମରେ ବସି ଆଇପିଏଲର ମଜା ଉଠାଇ ପାରିବେ। ଆଇପିଏଲର ସାଇଟ୍‌ରେ ଟିକେଟ୍ ବୁକିଂ ନେଇ ସମସ୍ତ ତଥ୍ୟ ଦିଆଯାଇଛି। ଆଇପିଏଲ ଅନୁଯାୟୀ ସେପ୍ଟେମ୍ବର ୧୬ରୁ ପ୍ରଶଂସକ ଟିକେଟ୍ ବୁକିଂ କରି ପାରିବେ।
ଟିକେଟ୍ ବୁକିଂର ଓ୍ଵେବସାଇଟ୍‌ www.iplt20.com ବ୍ୟତୀତ ଦର୍ଶକ PlatinumList.net ସାଇଟ୍‌କୁ ଯାଇ ଟିକେଟ୍ ବୁକିଂ କରି ପାରିବେ। ଆଇପିଏଲର ଦ୍ଵିତୀୟ ସିଜିନର ସମସ୍ତ ମ୍ୟାଚ୍ ସାରଜା, ଦୁବାଇ ଏବଂ ଆବୁଧାବିରେ ଖେଳାଯିବ। ୟୁଏଇ ସରକାର ଦ୍ଵାରା ଜାରି ଗାଇଡ୍‌ଲାଇନ୍ ଓ ପ୍ରୋଟୋକଲ ଅନୁଯାୟୀ ଷ୍ଟାଡିୟମରେ ସୀମିତ ସିଟ୍ ରହିବ।

Leave A Reply

Your email address will not be published.