IPL ଫାଇନାଲ : ରାଜସ୍ଥାନ ନିରାଶ ,ଗୁଜରାଟ ହାତେଇଲା ଚାମ୍ପିୟନ ଟ୍ରଫି

42

ଗୁଜୁରାଟ ଟାଇଟାନ୍ସ ଆଇପିଏଲ୍ ୨୦୨୨ ଟାଇଟଲ୍ ଜିତିଛି I ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଟି -୨୦ ଲିଗର ୧୫ ତମ ସିଜିନର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଛି I ୧୭ ରନ୍ ପାଇଁ ପାଣ୍ଡ୍ୟା ୩ ୱିକେଟ୍ ନେଇଥିଲେ। ଆଇପିଏଲ ଇତିହାସରେ ଏହା ହେଉଛି ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ I ଜୋସ୍ ବଟଲର ସର୍ବାଧିକ ୩୯ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଗୁଜୁରାଟ ୧୮ .୧ ଓଭରରେ ୩ ୱିକେଟ୍ ନେଇ ଲକ୍ଷ୍ୟ ହାସଲ କରିଛି। ଗିଲ ଗୋଟିଏ ଛକା ମାରି ବିଜୟ ଲାଭ କରିଥିଲେ। ପାଣ୍ଡ୍ୟା ମଧ୍ୟ ୩୪ ରନ୍ ସଂଗ୍ରହ କରିଥିଲେ। ଏହା ସହିତ ଗୁଜୁରାଟ ୨୦୦୮ ରେ ରାଜସ୍ଥାନର ରେକର୍ଡ ସହିତ ସମାନ ହୋଇଛି। ତା’ପରେ ସେ ଡେବ୍ୟୁ ସିଜନରେ ଆଇପିଏଲ୍ ଟାଇଟଲ୍ ଜିତିଥିଲେ I ବର୍ତ୍ତମାନ ଗୁଜୁରାଟ ସେମାନଙ୍କର ଡେବ୍ୟୁ ସିଜନରେ ଟାଇଟଲ୍ ହାସଲ କରିଛି I ତେବେ ଆଜିର ମ୍ୟାଚ ରେ ରାଜସ୍ଥାନ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇ ଗୁଜରାଟ କୁ ବୋଲିଂ କରାଇବାକୁ ଦେଇଥିଲା I ମାତ୍ର ୧୩୧ ରନର ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ଗୁଜୁରାଟକୁ ଦ୍ୱିତୀୟ ଓଭରରେ ହିଁ ଝଟକା ଲାଗି ଯାଇଥିଲା । ଦଳ ମାତ୍ର ୯ ରନ କରିଥିବା ବେଳେ ଓପନର ରିଦ୍ଧିମାନ ସାହାଙ୍କୁ ହରାଇଥିଲା ଦଳ । ଏହାପରେ ମାଥ୍ୟୁ ୱେଡ ଏବଂ ଶୁଭମନ ଗିଲ ମ୍ୟାଚକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପଞ୍ଚମ ଓଭରରେ ବୋଲ୍ଟଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ ୱେଡ । ଏହାପରେ ପଡିଆରେ ପାଦ ରଖିଥିଲେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଫାଇପନାଲ ମ୍ୟାଚରେ ଦଳ ତାଙ୍କ ବ୍ୟାଟରୁ ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଆଶା କରୁଥିଲା । ସେୟା ହିଁ ହେଲା । ୩୦ ବଲରେ ୩୪ ରନର ଏକ ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ । କିନ୍ତୁ ଚହଲ ହାର୍ଦ୍ଦିକଙ୍କ ୱିକେଟ ଦଳ ପାଇଁ ଟିକିଏ ଚିନ୍ତା ବଢାଇ ଦେଇଥିଲେ । ଏହାପରେ ମିଲର ଏବଂ ଗିଲ ମ୍ୟାଚକୁ ବିଜୟ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି ଓପନର ଶୁଭମନ ଗିଲ । ୪୩ ବଲରୁ ୪୫ ରନ ହାସଲ କରି ଦଳକୁ ଭେଟି ଦେଇଛନ୍ତି ପ୍ରଥମ ବିଜୟ ଟ୍ରଫି । ମିଲର ୧୯ ବଲରେ ୩୨ ରନର ଏକ ଦ୍ରୁତ ପାଳି ଖେଳିଛନ୍ତି । ଏହି ବିଜୟ ସହ ଇତିହାସ ରଚିଛି ଗୁଜୁରାଟ ଟାଇଟନ୍ସ । ପ୍ରଥମ ଟିମ ଭାବରେ ଟାଇଟଲ ଜିତିବାରେ ସେ ନିଆରା ଅନୁଭବ ହାସଲ କରିଛି ।

Comments are closed, but trackbacks and pingbacks are open.