ଆଇପିଏଲ୍ ନିଲାମ ର ସବୁ ରେକର୍ଡ ଭାଙ୍ଗିଲେ କାମେରନ୍

778

ନୂୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ନିଲାମରେ ଅଷ୍ଟ୍ରେଲିଆ ର ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ନୂଆ ଇତିହାସ ରଚିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ କୋଲକାତା ନାଇଟ୍ ରାଇଡର୍ସ (KKR) ତାଙ୍କୁ ୨୫.୨୦ କୋଟି ଟଙ୍କାରେ କିଣିଛି l ଯାହା ଫଳରେ ସେ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହୋଇପାରିଛନ୍ତି। ପୂର୍ବରୁ ଆଇପିଏଲ୍ ୨୦୨୪ ନିଲାମରେ କେକେଆର୍ ମିଚେଲ୍ ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ କିଣି ରେକର୍ଡ କରିଥିଲା, ଯାହାକୁ ଆଜି ଗ୍ରୀନ୍ ଭାଙ୍ଗି ଦେଇଛନ୍ତି।କାମେରନ୍ ଗ୍ରୀନ୍ ହେଉଛନ୍ତି ତୃତୀୟ ଅଷ୍ଟ୍ରେଲିଆ ଖେଳାଳି ଯିଏକି ନିଲାମରେ ୨୦ କୋଟିରୁ ଅଧିକ ମୂଲ୍ୟ ପାଇଛନ୍ତି। ତାଙ୍କ ପୂର୍ବରୁ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ (୨୦.୫ କୋଟି) ୨୦୨୪ରେ ଏହି କ୍ଲବରେ ସାମିଲ ହୋଇଥିଲେ। ତେବେ ନିୟମ ଅନୁଯାୟୀ, ଗ୍ରୀନ୍ ସର୍ବାଧିକ ୧୮ କୋଟି ଟଙ୍କା ଦରମା ଭାବେ ପାଇବେ ଏବଂ ବାକି ୭.୨୦ କୋଟି ଟଙ୍କା ବିସିସିଆଇ (BCCI) ପାଣ୍ଠିକୁ ଯିବ। ଗତ ଦୁଇ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ପାଇଁ ଖେଳି ଗ୍ରୀନ୍ ୧୫୩.୬୯ ଷ୍ଟ୍ରାଇକ୍ ରେଟରେ ୭୦୭ ରନ୍ ସଂଗ୍ରହ କରିଛନ୍ତି।

Comments are closed, but trackbacks and pingbacks are open.