IPL 2O22: RCB ବନାମ RR,ବେଙ୍ଗାଲୁରୁ କୁ ୨୯ ର ନ ରେ ହରାଇ ରାଜସ୍ଥାନ କବ୍ଜାରେ ପଏଣ୍ଟ ତାଲିକା

27

ରାଜସ୍ଥାନ ରୟାଲ୍ସ ଠାରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ ୨୯ ରନ୍ ରେ ପରାସ୍ତ I ରାଜସ୍ଥାନ ର ରିୟାନ୍ ପରାଗଙ୍କ ଚମତ୍କାର ଅର୍ଦ୍ଧଶତକ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ IPL 2022 (IPL) ରେ ଏହା ରାଜସ୍ଥାନର ଷଷ୍ଠ ବିଜୟ I ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ଦଳ ଆଠଟି ମ୍ୟାଚରୁ ୧୨ ପଏଣ୍ଟ ସହ ପଏଣ୍ଟ ତାଲିକା କୁ ନିଜ କବ୍ଜା କୁ ନେଇଛି I ସେହିପରି ନଅଟି ମ୍ୟାଚ୍‌ ଖେଳି ରୟାଲ ଚ୍ୟାଲେଞ୍ଜର୍ସଙ୍କ ପାଇଁ ଏହା ହେଉଛି ଷଷ୍ଠ ପରାଜୟ I

ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୪ ରନ କରିଥିଲା। ଜବାବରେ ବେଙ୍ଗାଲୁରୁ ପୁଣି ଥରେ ବ୍ୟାଟିଂରେ ଫେଲ୍ ମାରିବା ସହ ୧୯.୩ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଜଣେ ହେଲେ ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ଗତ ମ୍ୟାଚ୍ ପରି ଏହି ମ୍ୟାଚ୍‌ରେ ମଧ୍ୟ ବେଙ୍ଗାଲୁରୁ ବ୍ୟାଟସମ୍ୟାନ ଦଳକୁ ନିରାଶ କରିଛନ୍ତି। ଅନ୍ୟପଟେ ବ୍ୟାଟିଂର ବିଫଳତାର ଭରଣା କରିଛନ୍ତି ରାଜସ୍ଥାନ ବୋଲର। କୁଲଦୀପ ସେନ ୪ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୧୪୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବେଙ୍ଗାଲୁରୁକୁ ୧୦ ରନ ସ୍କୋରରେ ଝଟକା ଲାଗିଥିଲା। ପୁଣି ଥରେ ଫେଲ୍ ମାରିଛନ୍ତି ବିରାଟ କୋହଲି(୯)। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲଥିଲା। ଅଧିନାୟକ ଫାପ ଡୁପ୍ଲେସିସ୍ ୨୩ ରନ କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ତେବେ ଗ୍ଲେନ ମ୍ୟାକ୍ସଓ୍ଵେଲ(୦)ରେ ଆଉଟ୍ ହେବା ବେଙ୍ଗାଲୁରୁକୁ ଶକ୍ତ ଧକ୍କା ଲାଗିଥିଲା। ରଜତ ପାଟିଦାର(୧୯), ସୁୟସ ପ୍ରଭୁଦେଶାଇ(୨) ମଧ୍ୟ କ୍ରମରେ ଦଳକୁ ନିରାଶ କରିଥିଲେ। ଦୁର୍ଭାଗ୍ୟବଶତଃ ଦିନେଶ କାର୍ତ୍ତିକ(୬) ରନ ଆଉଟ୍ ହୋଇଥିଲେ। ଶେଷ ଆଡକୁ ଶାହବାଜ ଅହମ୍ମଦ ୧୭ ରନ ଏବଂ ଓ୍ଵାନିନ୍ଦୁ ହସରଙ୍ଗା ୧୮ ରନ କରିଥିଲେ ହେଁ ଦଳକୁ ପରାଜୟରୁ ମୁକୁଳାଇ ପାରିନଥିଲେ। ବେଙ୍ଗାଲୁରୁ ୧୯.୩ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି।

ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ ୨୦ ରନ ଦେଇ ୪ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୧୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପ୍ରସିଦ୍ଧ କୃଷ୍ଣା ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

ରାଜସ୍ଥାନ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ଆଜି ନିରାଶ ଜନକ ଥିଲା। ୧୧ ରନ ସ୍କୋରରେ ଦେବଦତ୍ତ ପାଡିକଲ(୭) ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ଵିନ ଆଜି ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସି ୯ ବଲରୁ ଦ୍ରୁତ ୧୭ ରନ କରିଥିଲେ। ତେବେ ଦଳର ଇନଫର୍ମ ବ୍ୟାଟସମ୍ୟାନ ଜୋସ୍ ବଟଲର(୮) ଆଉଟ୍ ହେବା ରାଜସ୍ଥାନକୁ ବଡ ଝଟକା ଲାଗିଥିଲା। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଜୋସ ହେଜେଲଉଡ, ମହମ୍ମଦ ସିରାଜ ଓ ଓ୍ଵାନିନ୍ଦୁ ହସରଙ୍ଗା ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।

ଅଧିନାୟକ ସଞ୍ଜୁ ସାମସନ ୨୭ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ରିୟାନ ପରାଗ ଏକାକୀ ବେଙ୍ଗାଲୁରୁ ବୋଲରଙ୍କ ମୁକାବିଲା କରିଥିଲେ। ଅନ୍ୟପଟେ ସିମରନ ହେଟମାୟର ୩, ଡାରିଲ ମିଚେଲ୍ ୧୬, ଟ୍ରେଣ୍ଟ ବୋଲ୍ଟ ୫ ଓ ପ୍ରସିଦ୍ଧ କୃଷ୍ଣା ୨ ରନ କରି ଆଉଟ୍ ହୋଇଥିଲେ। ପରାଗ ଦମଦାର ବ୍ୟାଟିଂ କରି ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ପରାଗ ୩୧ ବଲରୁ ୩ ଚୌକା ଏବଂ ୪ ଛକା ସହ ୫୬ ରନ କରିଥିଲେ। ତାଙ୍କର ଏହି ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ ୮ ଓ୍ଵିକେଟ୍ ହରାଇ ୧୪୪ ରନ କରିଛି।

ବେଙ୍ଗାଲୁରୁ ପକ୍ଷରୁ ଜୋସ୍ ହେଜେଲଉଡ ୧୯ ରନ ଦେଇ ୨, ଓ୍ଵାନିନ୍ଦୁ ହସରଙ୍ଗା ୨୩ ରନ ଦେଇ ୨ ଏବଂ ମହମ୍ମଦ ସିରାଜ ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ହର୍ଷଲ ପଟେଲ୍ ୩୩ ରନ ଦେଇ ଗୋଟିଏ ସଫଳତା ପାଇଥିଲେ।

Comments are closed, but trackbacks and pingbacks are open.