IPL 2O22 : GT ବନାମ SRH, ଟସ୍ ଜିତି ଗୁଜରାଟ୍ ଟାଇଟନ୍ସର ବୋଲିଂ ନିଷ୍ପତ୍ତି

42

ଚଳିତ IPL ସିଜିନ୍ ର ୪୦ ତମ ମ୍ୟାଚ ମୁମ୍ବାଇ ର ୱାନଖେଡେ ଷ୍ଟାଡିଅମ ରେ ଦୁଇ ହେଭିୱେଟ ଗୁଜରାଟ ଟାଇଟନ୍ସ ସହିତ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଉଛି I ଏହି ମ୍ୟାଚକୁ ନେଇ ଦର୍ଶକ ମହଲରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି । ପୂର୍ବରୁ ସନରାଇଜର୍ସ ଠାରୁ ପରାଜିତ ହୋଇ ସାରିଥିବାରୁ ଟାଇଟନ୍ସ ଆସନ୍ତା କାଲି ବିଜୟ ସହ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଟାଇଟନ୍ସ ଇତି ମଧ୍ୟରେ ୭ଟି ମ୍ୟାଚ୍ ଖେଳି ୬ ବିଜୟ ସହ ମୋଟ୍ ୧୨ ପଏଣ୍ଟ ହାସଲ କରିଛି । କେବଳ ସନରାଇଜର୍ସ ଠାରୁ ପରାଜିତ ହୋଇଛି ଟାଇଟନ୍ସ । ଗତ ୧୧ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚ୍ରେ ସନରାଇଜର୍ସ ୮ ୱିକେଟରେ ବିଜୟ ହାସଲ କରିଥିଲା । ମୋଟ୍ ଉପରେ ଦେଖିବାକୁ ଗଲେ ଆସନ୍ତାକାଲି ଉଭୟ ଦଳର ବୋଲିଂ ବିଭାଗ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହେବ ।

ଭୁବନେଶ୍ୱର କୁମାର, ଟି ନଟରାଜନ, ଉମ୍ରାନ ମଲିକ, ମାର୍କୋ ଜାନସେନଙ୍କୁ ନେଇ ଗଠିତ ପେସ୍ ବାହିନୀ ସନରାଇଜର୍ସର ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ଅନ୍ୟ ପଟରେ ମହମ୍ମଦ ସାମି, ଲୋକି ଫର୍ଗୁସନ, ଅଲଜାରୀ ଜୋଶେଫ ଓ ରସିଦ ଖାନଙ୍କୁ ଭଳି ଅନ୍ତର୍ଜାତୀୟ ବୋଲର ଟାଇଟନ୍ସ ଦଳରେ ରହିଛନ୍ତି । ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରୁଥିବା ଦଳ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ।

ଗତ ମୁକାବିଲାରେ ରସିଦ ଖାନଙ୍କୁ ସନରାଇଜର୍ସ ବ୍ୟାଟରମାନେ ସହଜରେ ଖେଳି ରନ ବାହାର କରିଥିଲେ । ପୂର୍ବରୁ ରସିଦ ସନରାଇଜର୍ସରେ ଖେଳୁଥିଲେ । ତେଣୁ ଆସନ୍ତା କାଲି ତାଙ୍କ ପ୍ରତି ବ୍ୟାଟରଙ୍କ ପାଇଁ ଭିନ୍ନ ଭିନ୍ନ କୌଶଳ ଆପଣେଇବାକୁ ପଡ଼ିବ । ମୁଖ୍ୟତଃ ରାହୁଲ ତ୍ରିପାଠୀଙ୍କୁ ଅଟକାଇବା ରସିଦଙ୍କ ପାଇଁ ଜରୁରି । ତ୍ରିପାଠୀ ଏପର୍ଯ୍ୟନ୍ତ ସେଭଳି ବଡ ଇନିଂସ ଖେଳି ନାହାନ୍ତି ।

ହେଲେ ରସିଦଙ୍କ ବିପକ୍ଷରେ ସେ ଥରେ ମାତ୍ର ଆଉଟ୍ ହୋଇଛନ୍ତି ଓ ମୋଟ୍ ୧୩୫ ରନ୍ ସଂଗ୍ରହ କରିସାରିଛନ୍ତି। ଆସନ୍ତା କାଲି ୱାସିଂଟନ ସୁନ୍ଦର ଏକାଦଶକୁ ଫେରିବା ସମ୍ଭାବନା ରହିଛି । ଆହତ ସମସ୍ୟା ଯୋଗୁଁ ସେ ଗତ ୩ଟି ମ୍ୟାଚ୍ ଖେଳିପାରି ନଥିଲେ । ବର୍ତ୍ତମାନ ସେ ଫିଟ୍ ହୋଇ ଅଭ୍ୟାସ ଜାରି ରଖିଛନ୍ତି । ସୁନ୍ଦର ଏକାଦଶକୁ ଫେରିଲେ ସନରାଇଜର୍ସ ଦଳର ବ୍ୟାଟିଂ ବିଭାଗ ସୁଦୃଢ ହୋଇପାରିବ ।

ଗିଲ୍ ଓ ଭୁବନେଶ୍ୱରଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଭୁବନେଶ୍ୱରଙ୍କ ବିପକ୍ଷରେ ଗିଲ୍ ୩୭ଟି ବଲ୍ ଖେଳି ୩୨ ରନ୍ କରିଛନ୍ତି ଓ ୨ଥର ଆଉଟ୍ ହୋଇଛନ୍ତି । ସେହିପରି ସାମି ଓ ୱିଲିୟମସନଙ୍କ ମଧ୍ୟରେ ଲଢେଇ ହେବ । ସାମି ତାଙ୍କୁ ୪ଥର ଆଉଟ୍ କରିସାରିଛନ୍ତି ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍, ରିଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେୱାତିଆ, ଅଭିନବ ମନୋହର, ରସିଦ ଖାନ, ଅଲଜାରୀ ଜୋଶେଫ, ଲୋକି ଫର୍ଗୁସନ, ମହମ୍ମଦ ସାମି, ୟଶ ଦୟାଲ ।

ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ (ଅଧିନାୟକ), ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୂରନ, ଶଶାଙ୍କ ସିଂହ, ୱାସିଂଟନ ସୁନ୍ଦର, ମାର୍କୋ ଜାନସେନ, ଉମ୍ରାନ ମଲିକ, ଟି ନଟରାଜନ ।

Comments are closed, but trackbacks and pingbacks are open.