ଆଇପିଏଲ ୨୦୨୫: ଆଜି ଦିଲ୍ଲୀ ଏବଂ ରାଜସ୍ଥାନ ମଧ୍ୟରେ ଲଢେଇ

710

ନୂଆଦିଲ୍ଲୀ: ଆଇପିଏଲ୍ 2025 ର 32 ତମ ମ୍ୟାଚ୍ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଲଗାତାର 4 ଟି ମ୍ୟାଚ୍ ଜିତିବା ପରେ ଅକ୍ସର ପଟେଲଙ୍କ ଦଳ ଦିଲ୍ଲୀ ଗତ ମ୍ୟାଚରେ ସିଜିନର ପ୍ରଥମ ପରାଜୟର ସମ୍ମୁଖୀନ ହୋଇଥିଲେ। ସେପଟେ ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ 6 ଟି ମ୍ୟାଚ ମଧ୍ୟରୁ ମାତ୍ର 2 ଟି ଜିତିଛି, ଆଜି ଜିତିବା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଉଭୟ ଦଳର ରେକର୍ଡ, ସମ୍ଭାବ୍ୟ ଏକାଦଶ ଖେଳାଳି, ଏହି ଗ୍ରାଉଣ୍ଡର ଆଇପିଏଲ୍ ରେକର୍ଡ ବିଷୟରେ ଜାଣିବା…. ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ 4 ଟି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଯଦି ଆଜି ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରେ ତେବେ ଦିଲ୍ଲୀ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିବ। ସେପଟେ ରାଜସ୍ଥାନ ରୟାଲ୍ସ ଜିତିବା ପରେ ସପ୍ତମରୁ ଷଷ୍ଠ ସ୍ଥାନକୁ ଆସିଯିବ ଏବଂ ବର୍ତ୍ତମାନ ସପ୍ତମ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଖସିଯିବ।

Comments are closed, but trackbacks and pingbacks are open.