IPL 2022 : ଯଶପ୍ରୀତ ବୁମ୍ରା ଙ୍କ ଘାତକ ୫ୱିକେଟ ସହିତ, କୋଲକାତା ର ୧୬୫ ରନ

23

ଭାରତୀୟ ତାରକା ପେସ ବୋଲର ଜସପ୍ରୀତ ବୁମ୍ରା ଆଜି ନିଜର ଶେଷ୍ଠ ପ୍ରଦର୍ଶନ ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ର ଏହି ସୁପର ଷ୍ଟାର ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରି ୫ ୱିକେଟ୍ ନେଇଛନ୍ତି । ସେ ଗୋଟିଏ ଓଭରରେ ଟ୍ରିପଲ ୱିକେଟ୍ ସହିତ ଆଉ ଏକ ମେଡେନ ଓଭର ନେଇଛନ୍ତି I ତାଙ୍କର ୫ ୱିକେଟ ସଫଳତା ବଳରେ କୋଲକାତା ନାଇଟ ରାଇଡର୍ସକୁ ୧୬୫ରେ ଟକାଇଛି ମୁମ୍ବାଇ। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନ୍‌ କରିବାରୁ ମୁମ୍ବାଇକୁ ୧୬୬ ରନ୍‌ର ଟାର୍ଗେଟ ମିଳିଛି।
ଏକଦା ୩ ଓ୍ଵିକେଟ୍ ହରାଇ ୧୨୩ ରନ କରିଥିବା କୋଲକାତା ଶେଷ ଆଡକୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ପକ୍ଷରୁ ଭେଙ୍କଟେଶ ଆୟର ୪୩ ଏବଂ ନୀତିଶ ରାଣା ୪୩ ରନ କରିଛନ୍ତି। ରିଙ୍କୁ ସିଂ ୨୩ ରନରେ ଅପରାଜିତ ଅଛନ୍ତି। ଯଶପ୍ରୀତ ବୁମରା ଆଇପିଏଲ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ମାତ୍ର ୧୦ ରନ ଦେଇ ୫ ଓ୍ଵିକେଟ୍ ନେଇଛନ୍ତି।
ଓପନର ଭେଙ୍କଟେଶ ଆୟର ଏବଂ ଆଜିଙ୍କ୍ୟ ରାହାଣେ ଦଳକୁ ଭଲ ଆରମ୍ଭ ଦେଇଥିଲେ। ୫.୪ ଓଭରରେ ଦୁଇ ବ୍ୟାଟସମ୍ୟାନ ୬୦ ରନ ଯୋଡିଥିଲେ। ଆୟର ୨୪ ବଲରୁ ୩ଟି ଚୌକା ଏବଂ ୪ ଛକା ସହ ୪୩ ରନ କରିଥିଲେ। ରାହାଣେ ଧିମା ବ୍ୟାଟିଂ କରି ୨୫ ରନ କରି ପାଭିଲିୟନ ଫେରିଛନ୍ତି। ଏହା ପରେ ନୀତୀଶ ରାଣା ଏବଂ ଶ୍ରେୟସ ଆୟର ତୃତୀୟ ଓ୍ଵିକେଟରେ ୩୬ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୨୩ରେ ଅଧିନାୟକ ଆୟର(୬) ଆଉଟ୍ ହୋଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ବୁମରାଙ୍କ ଘାତକ ବୋଲିଂ।

ବୁମରା ଝଡରେ ଭୁଶୁଡିଲା କୋଲକାତାର ବ୍ୟାଟିଂ କ୍ରମ। ଆନ୍ଦ୍ରେ ରସେଲ(୯)ଙ୍କୁ ଆଉଟ୍ କରି ବୁମରା କୋଲକାତାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ନୀତୀଶ ରାଣା ୨୬ ବଲରୁ ୩ ଚୌକା ଏବଂ ୪ ଛକା ସହ ୪୩ ରନ କରି ଆଉଟ୍ ହୋଇଥିଲେ। ଜାକସନ(୫), ପାଟ କମିନ୍ସ(୦) ଓ ସୁନିଲ ନାରିନ(୦) ବୁମରାଙ୍କ ଶିକାର ହୋଇଥିଲେ। ରିଙ୍କ ସିଂ ଅପରାଜିତ ୨୩ ରନ କରିବାରୁ କୋଲକାତା ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିବାକୁ ସକ୍ଷମ ହୋଇଛି।

Comments are closed, but trackbacks and pingbacks are open.