IPL 2022 :ଦିନେଶ କାର୍ତ୍ତିକ ଓ ମ୍ୟାକ୍ସଓ୍ଵେଲ ଙ୍କ ସଫଳ ବ୍ୟାଟିଂ ଜରିଆରେ , ୧୮୯ ରନରେ ପହଞ୍ଚିଲା ବେଙ୍ଗାଲୁରୁ

57

ଲାଗୁଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍କୋର ୧୫୦ ଭିତରେ ସୀମିତ ରହିବ। ହେଲେ ଚମତ୍କାର ଫର୍ମରେ ଥିବା ଦିନେଶ କାର୍ତ୍ତିକ ପୁଣି ଥରେ ନିଜର ଦମ ଦେଖାଇଛନ୍ତି। କାର୍ତ୍ତିକଙ୍କ ଧୂଆଁଧାର ଅପରାଜିତ ୬୬ ରନ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୯ ରନ କରିଛି। କାର୍ତ୍ତିକଙ୍କ ବ୍ୟତୀତ ଗ୍ଲେନ ମ୍ୟାକ୍ସଓ୍ଵେଲ ୫୫ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଦିଲ୍ଲୀ ସମ୍ମୁଖରେ ରହିଛି ୧୯୦ ରନର ବିଜୟ ଲକ୍ଷ୍ୟ। ଏକଦା ୯୨ ରନରେ ୫ ଓ୍ଵିକେଟ୍ ହରାଇ ସଂଘର୍ଷ କରୁଥିବା ବେଙ୍ଗାଲୁରୁ କାର୍ତ୍ତିକ ଏବଂ ଶାହବାଜ ଅହମ୍ମଦଙ୍କ ମଧ୍ୟରେ ଷଷ୍ଠ ଓ୍ଵିକେଟ୍‌ରେ ୯୭ ରନ ଭାଗିଦାରୀ ବଳରେ ଏହି ସ୍କୋର କରି ପାରିଛି। ଏହା ପୂର୍ବରୁ ଦିଲ୍ଲୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ନୈରାଶ୍ୟଜନକ ଆରମ୍ଭ କରିଥିଲା। ଦଳୀୟ ସ୍କୋର ୫ ରନରେ ଅନୁଜ ରାଓ୍ଵତ ଖାଲା ଖୋଲିବା ପୁର୍ବରୁ ଆଉଟ୍ ହୋଇଥିଲେ। ଅଧିନାୟକ ଫାଫ ଡୁପ୍ଲେସିସ୍(୮) ପାଭିଲିୟନ ଫେରିଥିଲେ। ପୂର୍ବତନ ଅଧିନାୟକ ବିରାଟ କୋହଲି(୧୨) ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ପୁଣି ସୁୟସ ପ୍ରଭୁଦେଶାଇ(୬) ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଓ୍ଵିକେଟ୍ ଖସି ଚାଲିଥିଲେ ବି ଗ୍ଲେନ ମ୍ୟାକ୍ସଓ୍ଵେଲ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୩୪ ବଲରୁ ୭ ଚୌକା ଏବଂ ୨ ଛକା ସହ ୫୫ ରନ କରିଥିଲେ।

୯୨ ରନରେ ୫ ଓ୍ଵିକେଟ୍ ହରାଇ ଚାପରେ ଥିବା ବେଙ୍ଗାଲୁରୁ ପାଇଁ ସଞ୍ଜିବନୀ ପାଲଟିଥିଲେ ଇନଫର୍ମ ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ। ସେ ଶାହବାଜ ଅହମ୍ମଦଙ୍କୁ ସାଥୀ କରି ବେଙ୍ଗାଲୁରୁ ଇନିଂସକୁ ଆଗକୁ ବଢାଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ କାର୍ତ୍ତିକ। ସେ ଏବଂ ଶାହବାଜ ଅହମ୍ମଦଙ୍କ ମଧ୍ୟରେ ଷଷ୍ଠ ଓ୍ଵିକେଟ୍‌ରେ ୯୭ ରନ ଯୋଡି ଦଳର ସ୍କୋରକୁ ୫ ଓ୍ଵିକେଟରେ ୧୮୯ ରନରେ ପହଞ୍ଚାଇଥିଲେ। କାର୍ତ୍ତିକ ୩୪ ବଲରୁ ୫ଟି ଲେଖାଏଁ ଚୌକା ଏବଂ ଛକା ବଳରେ ୬୬ ରନରେ ଅପରାଜିତ ଥିଲେ। ଶାହବାଜ ଅହମ୍ମଦ ୨୧ ବଲରୁ ୩ ଚୌକା ଏବଂ ୧ ଛକା ସହ ୩୨ ରନରେ ଅପରାଜିତ ଥିଲେ।

Comments are closed, but trackbacks and pingbacks are open.