ଆସନ୍ତା କାଲି ଠାରୁ ଆରମ୍ଭ ହେବ ଆଇପିଏଲ ୨୦୨୨: ପ୍ରଥମ ମ୍ୟାଚ୍‌ CSK vs KKR,

27

ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ଆଇପିଏଲ ୧୫ ତମ ସଂସ୍କରଣ I ଉଦଘାଟନୀ ମ୍ୟାଚ୍‌ ରେ ଚେନ୍ନାଇ ସୁପର କିଙ୍ଗ୍ସ ନୂତନ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ଵରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। ଉଭୟ ଦଳ ପ୍ରଥମ ମ୍ୟାଚ୍ ଜିତି ନିଜର ଅଭିଯାନ ଆରମ୍ଭ କରିବାକୁ ଚାହିଁବେ। କୋଲକାତା ମଧ୍ୟ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ଵରେ ମଇଦାନକୁ ଓହ୍ଲାଇବ। ଉଭୟ ଦଳ ସନ୍ତୁଳିତ ଚୂଡାନ୍ତ ଏକାଦଶ ଦଳ ସହ ପଡିଆକୁ ଓହ୍ଲାଇବାକୁ ଚେଷ୍ଟା କରିବେ।

ଚେନ୍ନାଇର ଚୂଡାନ୍ତ ଏକାଦଶ

ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ବଡ ନିର୍ଣ୍ଣୟ ନେବାକୁ ପଡିବ। କାରଣ ଦଳର ଷ୍ଟାର ଅଲରାଉଣ୍ଡର ମୋଇନ ଅଲ୍ଲୀ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଦଳରେ ଉପଲବ୍ଧ ରହିବେ ନାହିଁ। ଅନ୍ୟପଟେ ଦ୍ରୁତ ବୋଲର ଦୀପକ ଚହର ମଧ୍ୟ ଫିଟ୍ ହୋଇ ନାହାନ୍ତି।

ଋତୁରାଜ ଏବଂ କନଓ୍ଵେ ଓପନିଂ ଦାୟିତ୍ଵ ସମ୍ଭାଳିବେ। ତୃତୀୟ ନମ୍ବରରେ ରବିନ ଉଥପ୍ପା ବ୍ୟାଟିଂ କରିବେ। ଏହା ପରେ ଅମ୍ବତି ରାୟୁଡୁ, ଶିବମ ଦୁବେ ମଧ୍ୟ କ୍ରମ ସମ୍ଭାଳିବେ। ଡ୍ଵେନ ବ୍ରାଭୋ, ଜାଡେଜା ଏବଂ ଧୋନୀଙ୍କ ଉପରେ ସଭିଙ୍କ ନଜର ରହିବ। ଦ୍ରୁତ ବୋଲର ଭାବେ ଆଡମ ମିଲନେ, କ୍ରିସ ଜୋର୍ଡାନଙ୍କୁ ସ୍ଥାନ ମିଳିପାରେ।

କେକେଆର ଚୂଡାନ୍ତ ଏକାଦଶ

ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ କୋଲକାତା ନାଇଟ୍ ରାଇଡର୍ସ ୧୫ତମ ସଂସ୍କରଣରେ ନିଜର ତୃତୀୟ ଟାଇଟଲ୍ ଜିତିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ। ଏହା ଦେଖିବା ରୋଚକ ରହିବ ଯେ, କେକେଆର ଆୟରଙ୍କ ନେତୃତ୍ଵରେ କେମିତି କ୍ରିକେଟ୍ ଖେଳିବ। କାଗଜରେ ଦଳ ବହୁତ ମଜବୁତ ଦେଖା ଯାଉଛି।

ଭେଙ୍କଟେଶ ଆୟରଙ୍କ ସହିତ ଅନୁଭବୀ ଆଜିଙ୍କ୍ୟ ରାହାଣେ ଇନିଂସ ଓପନ କରି ପାରନ୍ତି। ନୀତିଶ ରାଣା ଏବଂ ଶ୍ରେୟସ ଆୟର ତୃତୀୟ ଏବଂ ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ପାରନ୍ତି। ସାମ ବିଲିଙ୍ଗ୍ସ କିମ୍ବା ସେଲ୍‌ଡନ ଜ୍ୟାକ୍ସନଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ଚୟନ କରାଯାଇପାରେ। ସୁନିଲ ନାରିନେ ଏବଂ ରସେଲ ଫିନିସର ଭୂମିକାରେ ନଜର ଆସିବେ। ଟିମ୍ ସାଉଦି ଦ୍ରୁତ ବୋଲରଙ୍କ ନେତୃତ୍ଵ ନେବେ। ପାଟ୍ କମିନ୍ସ ଆଗାମୀ ମ୍ୟାଚ୍‌ରେ ଚୟନ ପାଇଁ ଦଳରେ ଉପଲବ୍ଧ ରହିବେ। ଶିବମ ମାଭି ଏବଂ ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ।

ସିଏସକେର ସମ୍ଭାବିତ ଚୂଡାନ୍ତ ଏକାଦଶ

ଡେଭନ କନଓ୍ଵେ, ଋତୁରାଜ ଗାଏକଓ୍ଵାଡ, ରବିନ ଉଥପ୍ପା, ଅମ୍ବାତି ରାୟୁଡୁ, ଶିବମ ଦୁବେ, ଏମଏସ ଧୋନୀ, ରବୀନ୍ଦ୍ର ଜାଡେଜା, ଡ୍ଵେନ ବ୍ରାଭୋ, ଆଡମ ମିଲନେ, କ୍ରିସ ଜୋର୍ଡାନ, ରାଜବର୍ଦ୍ଧନ ହେଙ୍ଗରଗେକର/କେଏମ ଆସିଫ/ପି ସୋଲାଙ୍କି।

କେକେଆରର ସମ୍ଭାବିତ ଚୂଡାନ୍ତ ଏକାଦଶ

ଭେଙ୍କଟେଶ ଆୟର, ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ନୀତିଶ ରାଣା, ସାମ ବିଲିଙ୍ଗ୍ସ(ଓ୍ଵିକେଟ୍ କିପର), ଆନ୍ଦ୍ରେ ରସେଲ, ସୁନିଲ ନାରିନେ, ଟିମ୍ ସାଉଦି, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ, ଉମେଶ ଯାଦବ।

Comments are closed, but trackbacks and pingbacks are open.