IPL 2022 : ମୁହାଁ ମୁହିଁ ହେଲେ ଦୁଇ ନୂଆ ଦଳ ଗୁଜୁରାଟ ଓ ଲକ୍ଷ୍ନୌ

41

ଆଇପିଏଲ ୨୦୨୨ ର ୧୫ ତମ ସଂସ୍କରଣ ରେ ଆଜି ତୃତୀୟ ଦିନ I ଆଜି ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ସିଜନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ I ଏହି ଦୁଇ ନୂଆ ଟିମ ର ଖେଳାକୁ ନେଇ ଦର୍ଶକ ଙ୍କ ମଧ୍ୟର ଏ ବେଶ ଉତ୍କଣ୍ଠା ବଢି ଚାଲିଛି I
ତେବେ ଦୁଇ ଦଳ ନୂଆ ହୋଇଥିଲେ ହେଁ ଖେଳାଳିମାନେ ଆଇପିଏଲ୍‌ ସହ ବହୁ ପୂର୍ବରୁ ଜଡ଼ିତ । ତଥାପି ଏହି ମ୍ୟାଚ୍‌ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ନୂଆ ଉନ୍ମାଦନା ନେଇ ଆସିଛି । ଉଭୟ ଦଳ ଶ୍ରେଷ୍ଠ ଏକାଦଶ ଚୟନ କରିବା ସମ୍ଭାବନା ନାହିଁ । କାରଣ ଅଧିକାଂଶ ଖେଳାଳି ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁଥିବାରୁ ଆଇପିଏଲ୍‌ରେ ଯୋଗ ଦେଇନାହାନ୍ତି ।

ସୁପରଜାଏଣ୍ଟ୍‌ସ ଦଳରେ ମାର୍କସ ଷ୍ଟଇନିସ୍‌, ଜାସନ ହୋଲ୍ଡର, କେଲି ମେୟର୍ସ ଏପର୍ଯ୍ୟନ୍ତ ଯୋଗ ଦେଇ ନାହାନ୍ତି । ମାର୍କ ଉଡ୍‌ ଆହତ ହୋଇ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଅବଶ୍ୟ ଆଣ୍ଡ୍ର‌୍ୟୁ ଟାଏଙ୍କୁ ଚୁକ୍ତି କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କ କ୍ୱାରେଣ୍ଟାଇନ ଶେଷ ହୋଇ ନାହିଁ। ତଥାପି ଦଳ ଯଥେଷ୍ଟ ଶକ୍ତିଶାଳୀ । ଅଧିନାୟକ ଲୋକେଶ ରାହୁଲ, ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ରବି ବିଶ୍ନୋଇ, ଅଭେଶ ଖାନଙ୍କ ଭଳି ଖେଳାଳି ରହିଛନ୍ତି ।

ଲକ୍ଷ୍ମୌ ସୁପରଜିଆଣ୍ଟସର ଅଧିନାୟକ କେଏଲ୍‌ ରାହୁଲ ରହିଥିବା ବେଳେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଆଇପିଏଲର ମେଗା ନିଲାମୀରେ ଏହି ଦୁଇଟି ଟିମ୍‌ରେ ବହୁତ ନାମୀଦାମୀ ଖେଳାଳି ନିଲାମ ହୋଇଛନ୍ତି। ତେବେ ପ୍ରଥମ ମ୍ୟାଚରେ ଦୁଇଟି ଯାକ ଦଳ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ମ୍ୟାଚ ଆରମ୍ଭ ହେଲେ ଜଣାପଡିବ।

Comments are closed, but trackbacks and pingbacks are open.