IPL 2022 : ଟସ ଜିତିଲା କଲକତା,ଲକ୍ଷ୍ନୌ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

36

ଶନିବାର ଆଇପିଏଲର ୫୩ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ । କେକେଆର୍ ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌ ଦଳ IPL ୨୦୨୨ ରେ ବହୁତ ଭଲ ଖେଳ ପ୍ରଦର୍ଶନ କରିଛି I ଲକ୍ଷ୍ନୌ ଦଳ ପ୍ଲେ ଅଫ୍ ଦ୍ୱାର ଦେଶରେ ପହଂଚିଲାଣି । ଅନ୍ୟପଟେ ଏହି ମ୍ୟାଚ୍‌ ରେ ନାଇଟ୍‌ ରାଇଡର୍ସ ପାଇଁ ‘କର ବା ମର’ ସଦୃଶ ରହିଛି। ପ୍ଲେ- ଅଫ୍‌ ଦୌଡ଼ରେ ରହିବାକୁ ହେଲେ ଦଳକୁ ସୁପରଜାଏଣ୍ଟ୍‌ସକୁ ଯେମିତି ହେଲେ ହରାଇବା ଜରୁରି । ଅନ୍ୟ ପଟେ ସୁପରଜାଏଣ୍ଟ୍ସ ବିଜୟଧାରା ଜାରି ରଖିବା ନେଇ ଜୋରଦାର ପ୍ରସ୍ତୁତ କରୁଛି।

ତେବେ ନାଇଟ୍‌ ରାଇଡର୍ସ ପାଇଁ ପ୍ଲେ- ଅଫ୍‌ ରାସ୍ତା କଷ୍ଟକର ରହିଛି । କାରଣ ଦଳ ଏବେ ସୁଦ୍ଧା ୧୦ଟି ମ୍ୟାଚ୍ ଖେଳିଛି । ଏହି ୧୦ ମ୍ୟାଚରୁ ଦଳ ୪ଟିରେ ବିଜୟ ଲାଭ କରିଥିବା ବେଳେ ଓ ୬ଟି ମ୍ୟାଚରେ ପରାସ୍ତ ହୋଇଛି। ଦଳ ୮ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି । ପ୍ଲେ- ଅଫ୍‌ ସ୍ଥାନ ପାଇଁ ଶେଷ ୪ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ । ତେଣୁ ସୁପରଜାଏଣ୍ଟ୍‌ସକୁ ହରାଇବା ପାଇଁ ଦଳ ସବୁ ଶକ୍ତି ଖଟାଇବ ।

ପୂର୍ବ ମ୍ୟାଚ୍‌ରେ ଦଳ ରାଜସ୍ଥାନ ରୟାଲ୍ସକୁ ହରାଇ ପରାଜୟଧାରାରେ ବ୍ରେକ୍‌ ଲଗାଇଥିଲା । ଯାହା ଦଳୀୟ ଖେଳାଳିଙ୍କ ମନୋବଳ ଦୃଢ଼ କରିଛି । ଓପନର ଆରୋନ ଫିଞ୍ଚ୍‌ଙ୍କ ଫର୍ମ ଦଳ ପାଇଁ ଚିନ୍ତାଜନକ ରହିଛି । ସେ ଫର୍ମକୁ ଫେରିଲେ ନାଇଟ୍‌ ରାଇଡର୍ସ ବଡ଼ ସ୍କୋର କରିପାରିବ ।ଦୁର୍ଦ୍ଧର୍ଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଏବଂ ପେସ୍‌ ବୋଲର ଉମେଶ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଲୋକେଶ ରାହୁଲଙ୍କ ନେତୃତ୍ୱାଧିନ ସୁପରଜାଏଣ୍ଟ୍‌ସ ୧୦ଟି ମ୍ୟାଚ୍‌ରୁ ୭ ବିଜୟ ଓ ୩ ପରାଜୟ ସହ ୧୪ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଶେଷ ୩ଟି ମ୍ୟାଚ୍‌ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା । ନାଇଟ୍‌ ରାଇଡର୍ସକୁ ହରାଇଲେ ଦଳର ପ୍ଲେ-ଅଫ୍‌ ସ୍ଥାନ ଏକପ୍ରକାର ପକ୍କା ହୋଇଯିବ ।

ଲକ୍ଷ୍ନୌ ସୁପର ଜାଏଣ୍ଟସ

କ୍ୱିଣ୍ଟନ୍ ଡି କକ୍ (ଓ୍ଵିକେଟ୍ କିପର), କେ.ଏଲ୍ ରାହୁଲ (ଅଧିନାୟକ), ଦୀପକ ହୁଡା, ମାର୍କସ୍ ଷ୍ଟୋଇନିସ୍, କ୍ରୁଣାଲ ପାଣ୍ଡ୍ୟା, ଆୟୁଷ ବଦୋନି, ଜାସନ ହୋଲଡର, ଦୁଷ୍ମାନା ଚାମିରା, ରବି ବିଷ୍ଣୋଇ, ଅଭେଶ ଖାନ, ମୋହସିନ୍ ଖାନ୍।

କୋଲକାତା ନାଇଟ୍ ରାଇଡର୍ସ

ଆରୋନ୍ ଫିଞ୍ଚ, ବାବା ଇନ୍ଦ୍ରଜିତ୍ (ଓ୍ଵିକେଟ୍ କିପର), ଶ୍ରେୟସ୍ ଆୟର (ଅଧିନାୟକ), ନୀତୀଶ ରାଣା, ରିଙ୍କୁ ସିଂ, ଅନୁକୁଲ ରୟ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଟିମ ସାଉଥୀ, ଶିବମ ମାଭି, ହର୍ଷିତ ରାଣା |

Comments are closed, but trackbacks and pingbacks are open.