IPL 2022 : ଆଜିର ଲଢେଇ ଚେନ୍ନାଇ ସୁପର କିଙ୍ଗସ ବନାମ ପଞ୍ଜାଵ କିଙ୍ଗସ

20

ଆଇପିଏଲ ୨୦୨୨ ର ୧୫ ଶ ସଂସ୍କରଣରେ ଆଜିର ୧୧ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ । ଏହି ମ୍ୟାଚ୍‌କୁ ନେଇ ଦର୍ଶକ ମହଲରେ ଉତ୍ସାହ ଦ୍ବିଗୁଣିତ ହୋଇ ଯାଇଛି । ରବିବାର ସବୁ ଶକ୍ତି ଖଟାଇ ବିଜୟ ଖାତା ଖୋଲିବାକୁ ସୁପରକିଙ୍ଗ୍‌ସ ଲକ୍ଷ୍ୟ ରଖିଛି । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଗତବର୍ଷର ଆଇପିଏଲ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ଚଳିତ ସଂସ୍କରଣ ର ପ୍ରଥମ ୨ଟି ମ୍ୟାଚ୍‌ ରେ ପରାଜୟ ବରଣ କରିଛି I ଏହା ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଓ ଦ୍ୱିତୀୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଠାରୁ ପରାଜିତ ହୋଇଥିଲା । ଖେଳାଳି ମାନଙ୍କର ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଆହତ ପେସ୍‌ ବୋଲର ଦୀପକ ଚହର ଚଳିତ ମାସ ଶେଷ ସୁଦ୍ଧା ଦଳକୁ ଫେରିବାର ସମ୍ଭାବନା ନାହିଁ । ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି । କୋଲକତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିବା ପେସ ବୋଲର ଆଡାମ ମିଲନେ ଏ ପର୍ଯ୍ୟନ୍ତ ଫିଟ୍‌ ହୋଇ ନାହାନ୍ତି । ସେହିପରି ପେସ୍‌ ବୋଲର କ୍ରିସ୍‌ ଜୋର୍ଡାନ ଅସୁସ୍ଥ ହୋଇ ଗତ ୬ଦିନ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦଳର ମୁଖ୍ୟ ୩ଜଣ ପେସ୍‌ ବୋଲରଙ୍କ ଅନୁପସ୍ଥିତିରେ ସୁପରକିଙ୍ଗ୍‌ସକୁ ଶ୍ରେଷ୍ଠ ଏକାଦଶ ଚୟନ କରିବା କଷ୍ଟକର ହୋଇଯାଇଛି ।

ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍‌ସ ଚିତ୍ତାକର୍ଷକ ବିଜୟ ସହ ସିଜନ ଆରମ୍ଭ କରିଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ତେଣୁ ଦଳ ଏବେ ବିଜୟକୁ ଫେରିବା ପାଇଁ ପଡିଆରେ ନିଜର ସମସ୍ତ ଶକ୍ତି ଖଟାଇବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଏହା ପୂର୍ବରୁ ଛୋଟ ମୋଟ୍‌ ତ୍ରୁଟି ସୁଧାରିବା ଦଳ ପାଇଁ ଜରୁରୀ । ବିଶେଷ କରି ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ଆଜିର ମ୍ୟାଚ ରେ ଉଭୟ ଦଳର ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ଖୁବ କମ ରହିଛି I

Comments are closed, but trackbacks and pingbacks are open.