IPL 2022: ଆଜି RCB v SRH ମଧ୍ୟରେ,ପ୍ଲେ-ଅଫ୍‌ ପାଇଁ ଲଢେଇ ହେବ ଜୋରଦାର

31

ଆଇପିଏଲ୍‌ ୨୦୨୨ର ୫୪ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଜି ମୁକାବିଲା । ପ୍ଲେ- ଅଫ ପାଖେଇ ଆସୁଥିବାରୁ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗରୁତ୍ୱପୂର୍ଣ୍ଣ । ପଏଣ୍ଟ ତାଲିକାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବର୍ତ୍ତମାନ ଚତୁର୍ଥ ସ୍ଥାନ(୧୨ପଏଣ୍ଟ)ରେ ରହିଛି । କିନ୍ତୁ ଷଷ୍ଠ ସ୍ଥାନରେ ଥିବା ସନରାଇଜର୍ସ ନିକଟରେ ଚତୁର୍ଥକୁ ଉଠିବାର ସୁଯୋଗ ରହିଛି । ସନରାଇଜର୍ସ ମ୍ୟାଚ୍ ଜିତିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ହଟାଇ ଚତୁର୍ଥ ସ୍ଥାନ ଦଖଲ କରିପାରିବ । ତେଣୁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।

ଉଭୟ ଦଳ ମଧ୍ୟରେ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁକାବିଲାରେ ସନରାଇଜର୍ସ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା। ଏଥର ରୟାଲ ଚ୍ୟାଲେଞ୍ଜର୍ସ ଉକ୍ତ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ଏଥିପାଇଁ ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ। ସନରାଇଜର୍ସର ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ତେଣୁ ସଠିକ୍ ମୁକାବିଲା କରି ବଡ ସ୍କୋର ସଂଗ୍ରହ କରିବାକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରୟାସ କରିବ । ଏହି ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଉପରେ ଦର୍ଶକଙ୍କ ନଜର ରହିବା ନିଶ୍ଚିତ । ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବା କୋହଲିଙ୍କ ବ୍ୟାଟ୍‌ରୁ ମ୍ୟାଚ୍‌ ବିଜୟୀ ଇନିଂସ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ: ଫାଫ ଡୁ ପ୍ଲେସି(ଅଧିନାୟକ), ବିରାଟ କୋହଲି, ରଜତ ପତିଦର, ଗ୍ଲେନ ମ୍ୟାକ୍ସୱେଲ୍‌, ସାହବାଜ ଅହମ୍ମଦ, ମହିପାଲ୍‌ ଲୋମରର, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋସ ହାଜେଲଉଡ୍‌ ।

ସନରାଇଜର୍ସ: କେନ ୱିଲିୟମସନ (ଅଧିନାୟକ), ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୂରନ, ଶଶାଙ୍କ ସିଂହ, ୱାସିଂଟନ ସୁନ୍ଦର, ଶ୍ରେୟାସ ଗୋପାଳ/ ଟି ନଟରାଜନ, ଭୁବନେଶ୍ୱର କୁମାର, କାର୍ତ୍ତିକ ତ୍ୟାଗୀ, ଉମ୍ରାନ ମଲିକ ।

Comments are closed, but trackbacks and pingbacks are open.