IPL-2022: ଟିକେଟ ବିକ୍ରି ଆରମ୍ଭ

27

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ଚଳିତ ୨୬-୦୩ ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହେବାକୁ ଯାଉଛି I ଉଦ୍ଘାଟନୀ ମ୍ୟାଚ ଖେଳିବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ଚଳିତ ଥର ମୋଟ ୭୦ଟି ଲିଗ୍ ମ୍ୟାଚ ହେବାକୁ ଥିବା ବେଳେ ମୁମ୍ବାଇର ୩ଟି ଓ ପୁଣେର ଗୋଟିଏ ଷ୍ଟାଡିୟମର ସମସ୍ତ ମ୍ୟାଚ ଖେଳାଯିବ । କୋଭିଡ୍ କାରଣରୁ ଏଥର ୨୫ ପ୍ରତିଶତ ଦର୍ଶକଙ୍କୁ ପଡ଼ିଆକୁ ଅନୁମତି ମିଳିବ । ପୂର୍ବରୁ ଦର୍ଶକଙ୍କ ପ୍ରବେଶ ନେଇ କଟକଣା ଲାଗୁ ହୋଇଥିଲା, ମାତ୍ର ପରେ ତାହାକୁ ହଟାଇ ଦିଆଯାଇଥିଲା ।
ଆଜି ଦ୍ୱିପ୍ରହର ୧୨ଟାରୁ ଆଇପିଏଲ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ଫ୍ୟାନ୍ସ ଅଫିସିଆଲ ୱେବସାଇଟ www.iplt20.comକୁ ଯାଇ ଟିକେଟ କିଣି ପାରିବେ । ଏଥିସହ www.BookMyShow.com ରେ ମଧ୍ୟ ଆଇପିଏଲ ଟିକେଟ ଉପଲବ୍ଧ ହେବ । ବୁକ୍ ମାଇଁ ଶୋର ୱେବସାଇଟ ମୁତାବକ, ୨୬ ମାର୍ଚ୍ଚର ମ୍ୟାଚ ପାଇଁ ୨୫୦୦, ୩୦୦୦, ୩୫୦୦ ଓ ୪୦୦୦ ଏପରି ୪ ପ୍ରକାର ଟିକେଟ ଉପଲବ୍ଧ ରହିଛି । ପ୍ରଥମ ମ୍ୟାଚ ଛଡ଼ା ଅନ୍ୟ ମ୍ୟାଚ ପାଇଁ ୮୦୦ ଟଙ୍କାରୁ ଆରମ୍ଭ କରି ୪୦୦୦ ଟଙ୍କା ପର୍ୟ୍ୟନ୍ତ ଟିକେଟ ଉପଲବ୍ଧ ରହିଛି । ମହାରାଷ୍ଟ୍ର ସରକାରଙ୍କ ଅନୁମତି ମିଳିବା ପରେ ଏବେ ସମସ୍ତ ମୈଦାନରେ ୨୫ ପ୍ରତିଶତ ଦର୍ଶକ ମ୍ୟାଚ ଦେଖିପାରିବେ । ମୁମ୍ବାଇର ୱାଙ୍ଖେଡ଼େ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ୨୦ଟି ଲେଖାଏଁ, ସିସିଆଇ ଷ୍ଟାଡିୟମରେ ୧୫ଟି, ପୁଣେର ଏମସିଏ ଷ୍ଟାଡିୟମରେ ୧୫ଟି ମ୍ୟାଚ ଖେଳାଯିବ I


Comments are closed, but trackbacks and pingbacks are open.