IPL 2022: ଏହି ୪ ଟି ଦଳ ପ୍ଲେ ଅଫ୍ ରେ ପହଞ୍ଚିବା ନିଶ୍ଚିତ!

23

ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍ ଆଇପିଏଲ୍ (ଆଇପିଏଲ୍) ର ସିଜନ୍ ୧୫ ବର୍ତ୍ତମାନ ଧୀରେ ଧୀରେ ନକ୍ଆଉଟ୍ ପର୍ଯ୍ୟାୟ ଆଡକୁ ଗତି କରୁଛି I ୧୦ ଟି ଦଳ ମଧ୍ୟରୁ ଦୁଇଟି ଦଳ ପ୍ଲେ ଅଫ୍ ଦୌଡ଼ ରୁ ବାଦ ପଡିଥିବାବେଳେ ଅବଶିଷ୍ଟ ୮ ଟି ଦଳ ଶେଷ ୪ ରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି I ବର୍ତ୍ତମାନ ର ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ ଜଣା ପଡୁଛି ଯେ କେଉଁ ଶେଷ ୪ ଟି ଦଳ ପ୍ଲେ ଅଫ କୁ ପ୍ରବେଶ କରିବାକୁ ସଂଘର୍ଷ କରିବେ I

ଗୁଜୁରାଟ ଏବଂ ଲକ୍ଷ୍ନୌ
ଚଳିତ ଆଇପିଏଲ ରେ ଦୁଇଟି ନୂତନ ଦଳ ସବୁଠାରୁ ବଡ ପ୍ରଭାବ ଛାଡିଛନ୍ତି I ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ପରିଚାଳିତ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ କେ.ଏଲ୍ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଚମତ୍କାର ପ୍ରଦର୍ଶନ କରୁଛନ୍ତି I ଏହି ଦୁଇଟି ଦଳ ପ୍ଲେ ଅଫରେ ପହଂଚିବା ନିଶ୍ଚିତ ହୋଇଗଲାଣି I ସେହିପରି ଗୁଜରାଟ କୁ ଅନ୍ତିମ ୪ ଟି ମ୍ୟାଚ ରୁ ମାତ୍ର ଗୋଟିଏ ବିଜୟ ଦରକାର ହେଉଥିବା ବେଳେ ଲକ୍ଷ୍ନୌ ପାଇଁ ଦୁଇଟି ବିଜୟ ସହିତ ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ ହେବାକୁ ଯାଉଛି I ବର୍ତ୍ତମାନ ୧୧ ଟି ମ୍ୟାଚରେ ୧୬ ପଏଣ୍ଟ ସହ ଗୁଜୁରାଟ ଏକ ନମ୍ବରରେ ରହିଛି I ଯେଉଁଠାରେ ଲକ୍ଷ୍ନୌ ଦଳ ୧୦ ଟି ମ୍ୟାଚ ରୁ ,୧୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ରେ ରହିଛି I

ଆରସିବି ଏବଂ ରାଜସ୍ଥାନ
ଅନ୍ୟପକ୍ଷରେ ତୃତୀୟ ଏବଂ ଚତୁର୍ଥ ଦଳ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ କଡା ମୁକାବିଲା ହୋଇପାରେ I ୧୦ ଟି ମ୍ୟାଚରୁ ୧୨ ପଏଣ୍ଟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି I ଏଥି ସହିତ, ୧୧ ଟି ମ୍ୟାଚରୁ ୧୨ ପଏଣ୍ଟ ସହ ଆରସିବି ଚତୁର୍ଥ ସ୍ଥାନରେ ଅଛି I ଏହି ଉଭୟ ଦଳ ସନରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ କଡା ମୁକାବିଲା କରିବାକୁ ଯାଉଛନ୍ତି । ଏହି ତିନୋଟି ଦଳର ଏପର୍ଯ୍ୟନ୍ତ ୧୦ -୧୦ ପଏଣ୍ଟ ରେ ରହିଛନ୍ତି I

ଏଥି ସହିତ, ଆଇପିଏଲ୍ ପ୍ଲେ ଅଫ୍ ରୁ ମୁମ୍ବାଇ ଇଣ୍ଡିଆନ୍ସ (MI) ର ,ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ତୃତୀୟ ଦଳ ଭାବରେ କୋଲକାତା ନାଇଟ୍ ରାଇଡର୍ସ ବାଦ ପଡିଛନ୍ତି । କାରଣ ଏହି ଦଳ ଗୁଡିକ ୧୦ ଟି ମ୍ୟାଚରୁ ୮ ପଏଣ୍ଟ ସହିତ, ଶେଷରୁ ତୃତୀୟ ସ୍ଥାନରେ ଅଛନ୍ତି ଏବଂ ବର୍ତ୍ତମାନ ପ୍ଲେ ଅଫ୍ ରେ ପହଞ୍ଚିବା ମଧ୍ୟ ଅସମ୍ଭବ I

Comments are closed, but trackbacks and pingbacks are open.