IPL 2022: ଆହତ ମାର୍କ ଉଡଙ୍କ ସ୍ଥାନରେ ଖେଳିବେ ଏହି ଖେଳାଳି

19

ଆଇପିଏଲ -୨୦୨୨ ଆରମ୍ଭ ହେବ ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ର ଷ୍ଟାର ଖେଳାଳି ମାର୍କ ଉଡ ଆହତ ହୋଇଛନ୍ତି I ତାଙ୍କ ସ୍ଥାନରେ ରିପ୍ଲେସ କରାଯାଇଛି ଅଷ୍ଟ୍ରେଲିଆର ସୁପର ବୋଲର ଆଣ୍ଡ୍ର୍ୟୁ ଟାଇଙ୍କୁ I ଆଘାତ ପ୍ରାପ୍ତ ହୋଇଥିବା ଯୋଗୁଁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରୁ ନିଜ ନାମ ଫେରାଇ ନେଇଛନ୍ତି ମାର୍କ ଉଡ । ଆଜି ଲକ୍ଷ୍ନୌ ଜିଆଣ୍ଟସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଣ୍ଡ୍ର୍ୟୁ ଟାଏଙ୍କ ବେସ ପ୍ରାଇସରେ ୧ କୋଟି ଟଙ୍କା ଥିବା ବେଳେ ଲକ୍ଷ୍ନୌ ତାଙ୍କୁ ସେହି ଦର ଦେଇ ନିଜ ସହ ସାମିଲ କରିଛି। ଆଇପିଏଲ ୨୦୨୨ ସଂସ୍କରଣର ମେଗା ନିଲାମ ବେଳେ ଟାଏଙ୍କୁ କୌଣସି ଦଳ କିଣି ନଥିଲେ। ହେଲେ ଏବେ ମାର୍କ ଉଡ ଆହତ ହେବାରୁ ଲକ୍ଷ୍ନୌ ଟାଏଙ୍କ ଉପରେ ଭରସା କରିଛି I
ଚଳିତ ସିଜନରେ ୭ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା । କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆହତ ହୋଇ ଲିଗରୁ ଓହରି ଯାଇଛନ୍ତି ମାର୍କ ଉଡ । ଏବେ ପର୍ଯ୍ୟନ୍ତ ଆଣ୍ଡ୍ର୍ୟୁ ଟାଇଙ୍କ କ୍ୟାରିୟର ଖୁବ ସୁନ୍ଦର ରହିଛି । ରେ ୨୭ ମ୍ୟାଚରୁ ୪୦ ୱିକେଟ ଅକ୍ତିଆର କରିଛନ୍ତି ଆଣ୍ଡ୍ର୍ୟୁ ଟାଇ । ତେବେ ଚଳିତ ସିଜନରେ ମେଗା ଅକ୍ସନରେ ଅନସୋଲ୍ଡ ରହିଥିଲେ ଆଣ୍ଡ୍ର୍ୟୁ ଟାଇ । ତେବେ ମାର୍କ ଉଡ ଆହତ ହେବା ପରେ ତାଙ୍କ ବିକଳ୍ପ ଭାବରେ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳ ସହ ଯୋଡି ହୋଇଛନ୍ତି ।

Comments are closed, but trackbacks and pingbacks are open.