IPL 2022, SRH vs CSK : ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି

102

ଆଇପିଏଲ ୨୦୨୨ ର ୪୬ତମ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ। ମୁକାବିଲା ଜିତି ହାଇଦ୍ରାବାଦ ଶୀର୍ଷ ୪ରେ ନିଜର ସ୍ଥିତି ସୁଦୃଢ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଚେନ୍ନାଇ ମୁକାବିଲା ଜିତି ପ୍ଲେ ଅଫ ଆଶା ଉଜ୍ଜିବୀତ ରଖିବାକୁ ଚେଷ୍ଟା କରିବ। ଏବେ ପ୍ରତ୍ୟେକ ମ୍ୟାଚ୍ ଚେନ୍ନାଇ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ମୁକାବିଲାରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସବୁଠୁ ବଡ କଥା ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ଚେନ୍ନାଇର ନେତୃତ୍ଵ ନେବାକୁ ଯାଉଛନ୍ତି।
ହାଇଦ୍ରାବାଦ ୮ଟି ମ୍ୟାଚରୁ ୫ ବିଜୟ ଏବଂ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଚେନ୍ନାଇ ଆଠଟି ଖେଳି ଦୁଇ ବିଜୟ ସହ ନବମ ସ୍ଥାନରେ ରହିଛି। ରବୀନ୍ଦ୍ର ଜାଡେଜା ଚେନ୍ନାଇର ନେତୃତ୍ଵ ଛାଡିଛନ୍ତି। ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀଙ୍କ ହାତକୁ ଆସିଛି ଅଧିନାୟକ ଦାୟିତ୍ଵ। ଏବେ ଜାଡେଜା ନିଜର ପୁରୁଣା ରଙ୍ଗକୁ ଫେରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ– ଋତୁରାଜ ଗାଇଏୱାଡ, ରବିନ୍ ଉଥାପ୍ପା, ଡେଭନ୍ କନୱେ, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଏମଏସ ଧୋନି (ଅଧିନାୟକ/ଓ୍ଵିକେଟ୍ କିପର), ମିଚେଲ ସାଣ୍ଟନର୍, ଡ୍ୱେନ୍ ପ୍ରିଟୋରିୟସ୍, ସିମରଜିତ୍ ସିଂ, ମୁକେଶ ଚୌଧୁରୀ, ମହେଶ ଥିକଶାନା।

ସନରାଇଜର୍ସ ହାଇଦ୍ରାବାଦ– ଅଭିଷେକ ଶର୍ମା, କେନ୍ ୱିଲିୟମସନ (ଅଧିନାୟକ), ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ, ନିକୋଲାସ ପୁରାନ (ଓ୍ଵିକେଟ୍ କିପର), ଶଶାଙ୍କ ସିଂ, ୱାଶିଂଟନ ସୁନ୍ଦର, ମାର୍କୋ ଜନସେନ୍, ଭୁବନେଶ୍ୱର କୁମାର, ଉମ୍ରାନ,ଟି.ନଟରାଜନ

Comments are closed, but trackbacks and pingbacks are open.