IPL 2022 : RR vs KKR, ଜୋସ ବଟଲରଙ୍କ ଧୂଆଁଧାର ଶତକ,କେକେଆର ପାଇଁ ୨୧୮ ରନ ର ଲକ୍ଷ

34

ମୁମ୍ବାଇ ବ୍ରାବର୍ନ ଷ୍ଟାଡିଅମ ରେ ଖେଳାଯାଉଥିବା ଚଳିତ ଆଇପିଏଲ ର ୩୦ ତମ ମ୍ୟାଚରେ କେକେଆର ବିରୁଦ୍ଧରେ ବିଶାଳ ରନ ସ୍କୋର କରିଛି ରାଜସ୍ଥାନ ରୟାଲସ I ଜୋସ ବଟଲରଙ୍କ ୧୦୩ ରନର ବିସ୍ଫୋକର ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ ୫ ଓ୍ଵିକେଟ୍ ହରାଇ ୨୧୭ ରନର ବିଶାଳ ସ୍କୋର କରିଛି । ବଟଲର ୬୧ ବଲରୁ ୯ ଚୌକା ଏବଂ ୨ ଛକା ସହ ଏହି ଇନିଂସ ଖେଳିଛନ୍ତି। ସଞ୍ଜୁ ସାମସନ ୩୮ ରନ କରିଛନ୍ତି। କୋଲକାତା ସମ୍ମୁଖରେ ରହିଛି ୨୧୮ ରନର ବିଜୟ ଲକ୍ଷ୍ୟ। ସୁନିଲ ନାରିନେଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ନାରିନେ ୨୧ ରନ ଦେଇ ୨ଟି ସଫଳତା ପାଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି କୋଲକାତା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ରାଜସ୍ଥାନର ଦୁଇ ଓପନର ଜୋସ୍ ବଟଲର ଏବଂ ଦେବଦତ୍ତ ପାଡିକଲ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି ଜୋସ୍ ବଟଲର ବିସ୍ଫୋରକ ବ୍ୟାଟିଂ କରିଥିଲେ। ୯.୪ ଓଭରରେ ଉଭୟ ୯୭ ରନ ଯୋଡିଥିଲେ। ଏହା ପରେ ବଟଲର ଏବଂ ସଞ୍ଜୁ ସାମସନ ୬୭ ରନ ଯୋଡି ଦଳର ସ୍କୋରକୁ ୧୬୪ରେ ପହଞ୍ଚାଇଥିଲେ। ସାମସନ ୧୯ ବଲରୁ ୩ ଚୌକା ଏବଂ ୨ ଛକା ସହ ୩୮ ରନ ପାଭିଲିୟନ ଫେରିଥିଲେ। ବଟଲର ଧୂଆଁଧାର ବ୍ୟାଟିଂ କରି ଚଳିତ ଆଇପିଏଲରେ ନିଜର ଦ୍ଵିତୀୟ ଶତକ ଅର୍ଜନ କରିଥିଲେ। ବଟଲର ୬୧ ବଲରୁ ୯ ଚୌକା ଏବଂ ୨ ଛକା ସହ ୧୦୩ ରନ କରି ଆଉଟ୍ ହୋଇଥିଲେ।

ତେବେ ଶେଷ ଆଡକୁ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ କିଛିଟା ଧିମେଇ ଯାଇଥିଲା। ରିୟାନ ପରାଗ(୫) ଓ କରୁଣ ନାୟର(୩) ପାଭିଲିୟନ ଫେରିଥିଲେ। ସିମରନ ହେଟମାୟର ୧୩ ବଲରୁ ୨୬ ରନ କରି ଅପରାଜିତ ଥିଲେ। ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୧୭ ରନ କରିଛି।

Comments are closed, but trackbacks and pingbacks are open.