IPL ୨୦୨୨ : RR ବନାମ RCB, କ୍ୱାଲିଫାୟର ୨ : ବେଙ୍ଗାଲୁରୁ ୮/୧୫୭

143

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ଆଇପିଏଲ ୨୦୨୨ ର ଦ୍ୱିତୀୟ କ୍ୱାଲିଫାୟର ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି I ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ରାଜସ୍ଥାନ ଟସ ଜିତି ବୋଲିଂ ନିଷ୍ପତି ନେଇ ବେଙ୍ଗାଲୁରୁ କୁ ପ୍ରଥମେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ପ୍ରଶଂସକମାନେ ଆଶା କରିଥିଲେ ଯେ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଏବଂ ବିରାଟ କୋହଲି ଆରସିବିକୁ ଭଲ ଆରମ୍ଭ କରିବେ। କିନ୍ତୁ ଏହା ହୋଇ ନଥିଲା ଏବଂ ଉଭୟ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଥିଲେ। ବିରାଟ ପ୍ରଥମ ଓଭରରେ ଏକ ଚମତ୍କାର ଛକା ମାରିଥିଲେ। କିନ୍ତୁ ପ୍ରସିଦ୍ଧ କୃଷ୍ଣଙ୍କ ଦ୍ୱିତୀୟ ଓଭରରେ ଏହି ଖେଳାଳି ମାତ୍ର ୭ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ବିରାଟଙ୍କ ଖରାପ ବ୍ୟାଟିଂ ହେତୁ ଆରସିବି ଦଳ ବଡ଼ ସ୍କୋର କରିପାରି ନ ଥିଲା । ତେବେ ବେଙ୍ଗାଳୁରୁ ୮ ଟି ୱିକେଟ୍ ହରାଇ ୧୫୭ ରନ୍ ରେ ସୀମିତ ରହିଥିଲା I ଫାଇନାଲ୍ କୁ ପ୍ରବେଶ କରିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୫୮ ରନର ବିଜୟ ଲକ୍ଷ୍ୟ ରହିଛି। ଗତ ମ୍ୟାଚର ହିରୋ ରଜତ ପାଟିଦାରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରି ପାରି ନାହାନ୍ତି। ପାଟିଦାର ୫୮ ରନ କରିଛନ୍ତି। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨୨ ରନ ଦେଇ ୩ ଏବଂ ଓବେଡ ମାକକୟ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ବେଙ୍ଗାଲୁରୁ ରନ ଗତି ଉପରେ ଅଙ୍କୁଶ ଲଗାଇଛନ୍ତି।

Comments are closed, but trackbacks and pingbacks are open.