IPL ୨୦୨୨ : ରାଜସ୍ଥାନ ରୟାଲସ ବନାମ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ,ଆଜିର ଆଇପିଏଲ୍ ମ୍ୟାଚ୍ କିଏ ଜିତିବ ??

26

ଆଇପିଏଲ୍ ୨୦୨୨ ର ଆଜିର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବାକୁ ଯାଉଛନ୍ତି।
ଏହି ମ୍ୟାଚଟି ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି I ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳିଛନ୍ତି | ସେଥିମଧ୍ୟରୁ ସେମାନେ ୧ଟି ମ୍ୟାଚ୍ ହାରିଛନ୍ତି ଏବଂ ୧ଟିରେ ଜିତିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳି ଉଭୟ ମ୍ୟାଚକୁ ଜିତିଛନ୍ତି |

ଆଜିର ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲ ବାଙ୍ଗାଲୋର ଦଳକୁ ଫେରିବାର ସମ୍ଭାବନା ରହିଛି। କିଛି ଦିନ ପୂର୍ବରୁ ମ୍ୟାକ୍ସୱେଲ ଭିନି ରମଣଙ୍କୁ ବିବାହ କରିଥିଲେ, ଯେଉଁଥିପାଇଁ ଏହି ଆଇପିଏଲ ଟୁର୍ନାମେଣ୍ଟ ରେ ସେ ଡେରିରେ ଯୋଗ ଦେଇଥିଲେ I

ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୋଟ ୨୫ ଟି ମ୍ୟାଚ୍ ଖେଳାଯାଇଛି | ଏଥିରେ ରାଜସ୍ଥାନ ୧୦ ଥର ଏବଂ ବାଙ୍ଗାଲୋର ଦଳ ୧୨ ଥର ଜିତିଛି | ୩ ଟି ମ୍ୟାଚର ଫଳାଫଳ ଆସିପାରି ନାହିଁ | ବେଙ୍ଗାଲୁରୁ ବିପକ୍ଷ ଇନିଂସରେ ରାଜସ୍ଥାନ ସର୍ବାଧିକ ୨୧୭ ରନ୍ ସଂଗ୍ରହ କରିଥିବାବେଳେ ଏହାର ସର୍ବନିମ୍ନ ମୋଟ ୫୮ ରନ ରହିଛି। ବେଙ୍ଗାଲୁରୁ ରାଜସ୍ଥାନ ବିପକ୍ଷରେ ସର୍ବାଧିକ ୨୦୦ ରନ ଏବଂ ସର୍ବନିମ୍ନ ୭୦ ରନ୍ କରିଛି ।

ୱାନଖେଡେ ଷ୍ଟାଡିଅମ ବ୍ୟାଟ୍ସମ୍ୟାନ୍ ଙ୍କ ସ୍ୱର୍ଗ ଭାବରେ ଜଣାଶୁଣା | ଏହାର ଅର୍ଥ ହେଉଛି ଆଜି ଏକ ଉଚ୍ଚ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଲିପାରେ | ଇନିଂସ ଆରମ୍ଭରେ ପିଚ ଦ୍ରୁତ ବୋଲରମାନଙ୍କ ପାଇଁ ନିଶ୍ଚିତ ଭାବରେ କିଛି ସାହାୟକ ହେବ, କିନ୍ତୁ ଥରେ ସେଟ୍ ହୋଇଗଲେ ବ୍ୟାଟ୍ସମ୍ୟାନ୍ ମାନେ ମୁକ୍ତ ଭାବରେ ସଟ ଖେଳିପାରିବେ | କାକର ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ | ଏପରି ପରିସ୍ଥିତିରେ, ଟସ୍ ଜିତି ଦଳଗୁଡିକ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବେ |

Comments are closed, but trackbacks and pingbacks are open.