ଆଇପିଏଲ୍ 2022: ଆଜି ମୁହାଁ ମୁହିଁ ହେବେ ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ

28

ଆଜି ଆଇପିଏଲ୍ 2022 ର ୩୦ ତମ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି I ଗତ ଦୁଇଟି ମ୍ୟାଚରେ କେକେଆରକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେଣୁ ଆଜିର ମ୍ୟାଚରେ ତାଙ୍କର ଆତ୍ମବିଶ୍ୱାସକୁ ଫେରାଇ ଆଣିବା ଏବଂ ବିଜୟର ଟ୍ରାକକୁ ଫେରିବା ପାଇଁ ଲଢେଇ ଜୋରଦାର ରହିବ I କେକେଆର ସହିତ ମୁହାଁ ମୁହିଁ ହେବା ପାଇଁ ରାଜସ୍ଥାନ ମଧ୍ୟ ନିଜର କୁ ମଜବୁତ କରିଛି । ରାଜସ୍ଥାନର ଜୋସ୍ ବଟଲରଙ୍କର ଓରେଞ୍ଜ କ୍ୟାପ୍ ଏବଂ ୟୁଜଭେନ୍ଦ୍ର ଚହଲଙ୍କର ବାଇଗଣୀ କ୍ୟାପ୍ ଅଛି I ତେବେ ଆର ଅଶ୍ୱିନଙ୍କ ଫର୍ମକୁ ନେଇ ରାଜସ୍ଥାନ ଚିନ୍ତିତ ଅଛି। ସେ ୫ ଟି ମ୍ୟାଚରେ ମାତ୍ର ଗୋଟିଏ ୱିକେଟ୍ ନେଇଛନ୍ତି। ସେହିଭଳି କେକେଆର ପାଇଁ ଆଣ୍ଡ୍ରେ ରସେଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିବା କୁ ସକ୍ଷମ ହୋଇ ନାହାଁନ୍ତି। ସମୁଦାୟ ୬ ଟି ମ୍ୟାଚ୍‌ରେ ୧୭୯ ରନ୍ ସହ କେକେଆର୍ ପାଇଁ ରସେଲ୍ ବର୍ତ୍ତମାନର ଶ୍ରେଷ୍ଠ ସ୍କୋରର ଅଟନ୍ତି। ଏଥିସହ ସେ ୫ ଟି ୱିକେଟ୍ ନେଇଛନ୍ତି। ନୀତୀଶ ରାଣା ଏବଂ ଭେଙ୍କଟେଶ ଆୟରଙ୍କ ଆକ୍ସନ ରେ ମଧ୍ୟ ସମନ୍ୱୟ ରହିନାହିଁ I ଏହା ସହିତ ସାମ୍ ବିଲିଙ୍ଗସ୍ ରନ୍ ସ୍କୋର କରିବାକୁ ସଂଘର୍ଷ କରୁଛନ୍ତି।
ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ନିଜର ଲୟ ହରାଇଥିବା ନଜର ଆସୁଛି। ଗତ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦଳର ବୋଲିଂ ଦୁର୍ବଳ ରହିଥିଲା। ଦଳର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଏହି ସିଜିନ ଏ ଯାଏଁ ନିରାଶଜନକ ରହିଛି। ଦଳର ଏହି ଟ୍ରମ୍ପ କାର୍ଡକୁ ନିଜର କମାଲ ଦେଖାଇବାକୁ ପଡିବ। ଗତ ସିଜିନରେ କେକେଆର ପାଇଁ ଧମାଲ କରିଥିବା ଭେଙ୍କଟେଶ ଆୟର ମଧ୍ୟ ଫର୍ମରେ ନାହାନ୍ତି। ମୋଟାମୋଟି ଆଜିର ମ୍ୟାଚ୍ କେକେଆର ପାଇଁ ପରୀକ୍ଷାର କଡି ହେବ।

ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

କୋଲକାତା ନାଇଟ୍ ରାଇଡର୍ସ– ଆରୋନ ଫିଞ୍ଚ୍, ଭେଙ୍କଟେଶ ଆୟର, ଶ୍ରେୟସ ଆୟର(ଅଧିନାୟକ), ଶେଲଡନ ଜ୍ୟାକସନ, ନୀତିଶ ରାଣା, ଆନ୍ଦ୍ରେ ରସେଲ, ପାଟ୍ କମିନ୍ସ, ସୁନିନ ନାରିନେ, ଆଜମ ଖାନ, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ।

ରାଜସ୍ଥାନ ରୟାଲ୍ସ– ଜୋସ୍ ବଟଲର, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଅଧିନାୟକ), ରସି ଭାନ ଡର ଡସେନ, ସିମରନ ହେଟମାୟର, ରିୟାନ ପରାଗ, ଆର ଅଶ୍ଵିନ, ଟ୍ରେଣ୍ଟ ବୋଲ୍ଟ, ୟୁଜବେନ୍ଦ୍ର ଚହଲ, କୁଲଦୀପ ସେନ, ପ୍ରସିଦ୍ଧ କୃଷ୍ଣା।

Comments are closed, but trackbacks and pingbacks are open.