ଆଇପିଏଲ୍ 2022: ଜୋସ୍ ବଟଲରଙ୍କ ବିସ୍ଫୋରକ ଶତକ ସହିତ ଦିଲ୍ଲୀ କ୍ୟାପିଟାଲସ କୁ ପରାସ୍ତ କଲା ରାଜସ୍ଥାନ ରୟଲସ,ଟପ ରେ ପହଁଚିଲା ଟିମ

46

ଚଳିତ IPL ସିଜିନ ର ୧୫ ତମ ସଂସ୍କରଣ ର ୩୪ ତମ ମ୍ୟାଚ ପୂର୍ବତନ ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମୁକାବିଲା ଥିଲା I ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକର ମୁକାବିଲାରେ ୧୫ ରନରେ ହରାଇଛି I ରାଜସ୍ଥାନ ରୟାଲ୍ସ ଜୋସ୍ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ଏବଂ ଦେବଦତ୍ତ ପାଦିକ୍କାଲଙ୍କ ସହ ୧୫୫ ରନ୍ ଓପନିଂ ଭାଗିଦାରୀ ହେତୁ ନିର୍ଦ୍ଧାରିତ ୨୦ ଓଭରରେ ୨୨୨ ରନ୍ ସଂଗ୍ରହ କରିଥିଲା ​​I ବୋଟଲର ବିସ୍ଫୋରକ ବ୍ୟାଟିଂ କରି ୬୫ ରନ ବଲରୁ ୧୧୬ ରନ କରିଥିଲେ। ତାଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ୫୪ ରନ କରିଛନ୍ତି। ଅଧିନାୟକ ସଞ୍ଜୁ ସାମସନ ୧୯ ବଲରୁ ୪୬ ରନ କରିଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୦୭ ରନ କରିଛି। ଦଳ ପକ୍ଷରୁ ଲଳିତ ଯାଦବ ୪୦ ରନ ଏବଂ ଋଷଭ ପନ୍ତ ୪୪ ରନ କରିଥିଲେ। ରୋଭମ୍ୟାନ ପାଓ୍ଵେଲ ୧୫ ବଲରୁ ୩୬ ରନ କରିଥିଲେ ହେଁ ମ୍ୟାଚ୍‌ ବିଜୟରୁ ୧୫ ରନ ଦୂରେଇ ରହିଥିଲା। ପ୍ରସିଦ୍ଧ କ୍ରିଷ୍ଣା ତିନୋଟି ଏବଂ ରବି ଚନ୍ଦ୍ରନ ଅଶ୍ଵିନ ୨ଟି ଓ୍ଵିକେଟ୍ ନେଇଛନ୍ତି। ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ସଫଳତା ମିଳିଛି। ଦିଲ୍ଲୀ ଦଳ ୮ ୱିକେଟ୍ ହରାଇ ମାତ୍ର ୨୦୭ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ରାଜସ୍ଥାନ ୭ ଟି ମ୍ୟାଚରେ ୫ମ ବିଜୟ ହାସଲ କରି ୧୦ ପଏଣ୍ଟ କରିପାରିଛି I ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ବର୍ତ୍ତମାନ ଟେବୁଲର ଶୀର୍ଷରେ ପହଞ୍ଚିଛି।

ଅନ୍ୟପକ୍ଷରେ ୨୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ହାସଲ ପାଇଁ କ୍ରିଜକୁ ଓହ୍ଲାଇଥିବା ଦିଲ୍ଲୀ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଉପରେ ନିର୍ଭର ଥିଲା। ଓ୍ଵାର୍ଣ୍ଣର ୧୪ ବଲରୁ ୫ ଚୌକା ଏବଂ ୧ ଛକା ସହ ୨୮ ରନ କରିଥିଲେ। ସରଫରାଜ ଖାନ(୧) ଆଉଟ୍ ହୋଇଥିଲେ। ପୃଥ୍ଵୀ ଶ କ୍ରିଜରେ ଜମିଥିଲେ ମଧ୍ୟ ୩୭ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଋଷଭ ପନ୍ତଙ୍କଠୁ ଦଳ ବହୁତ କିଛି ଆଶା ରଖିଥିଲା। ପନ୍ତ ବିସ୍ଫୋରକ ବ୍ୟାଟିଂ କରି ୨୪ ବଲରୁ ୪ ଚୌକା ଏବଂ ୨ ଛକା ଜରିଆରେ ୪୪ ରନ କରିଥିଲେ। ତେବେ ଦିଲ୍ଲୀ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବା ଦଳର ରନ ଗତି ଧିମେଇ ଯାଇଥିଲା।

ଅକ୍ଷର ପଟେଲ(୧) ଏବଂ ଶାର୍ଦ୍ଦୁଳ ଠାକୁର(୧୦) ନିରାଶ କରିଥିଲେ। ତେବେ ଲଳିତ ଯାଦବ ସେଟ୍ ହୋଇଥିଲେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ଲଳିତ ଯାଦବ ୩୭ ରନ କରି ଦଳକୁ ନିରାଶ କରିଥିଲେ। ବିଶେଷ କରି ୧୯ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଓ୍ଵିକେଟ୍ ନେଇ ମେଡେନ ନେଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୦୭ ରନ କରି ପାରିଛି। ରୋଭମ୍ୟାନ ପାଓ୍ଵେଲ ଶେଷ ଓଭରରେ କ୍ରମାଗତ ୩ଟି ଛକା ମାରି ମ୍ୟାଚର ରୋମାଞ୍ଚ ବଢାଇଥିଲେ। ପାଓ୍ଵେଲ ୧୫ ବଲରୁ ୫ ଛକା ସହ ୩୬ ରନ କରି ଆଉଟ୍ ହୋଇଥିଲେ। ଏଥିସହ ରାଜସ୍ଥାନ ରୟାଲ୍ସ ୧୫ ରନରେ ବିଜୟୀ ହୋଇଛି।

Comments are closed, but trackbacks and pingbacks are open.