IPL 2022: ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ ମହାମୁକାବିଲା

33

ଆଇପିଏଲ ୨୦୨୨ର ୬୪ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଯେଉଁ ଦଳ ହାରିବ ପ୍ଲେ ଅଫ ଦୌଡରୁ ବାଦ୍ ପଡିବା ନିଶ୍ଚିତ। ତେଣୁ ଦୁଇ ଦଳ ଏହି ମ୍ୟାଚ୍ ଜିତି ପ୍ଲେ ଅଫ ଦୌଡରେ ରହିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ। ଏହି ମୁକାବିଲା ନଭି ମୁମ୍ବାଇର ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମରେ ଖେଳାଯିବ। ଦିଲ୍ଲୀ ଏବଂ ପଞ୍ଜାବ ଚଳିତ ସିଜିନରେ ଏ ପର‌୍ୟ୍ୟନ୍ତ କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ପାରି ନାହାନ୍ତି। ଦୁଇ ଦଳ ପାଇଁ ଆଜିର ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡିଛି। ତେଣୁ ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

କ୍ୟାପିଟାଲ୍ସ ଓ କିଙ୍ଗ୍‌ସ ଦଳ ନିଜର ନିଜ ପୂର୍ବ ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛନ୍ତି । କ୍ୟାପିଟାଲ୍ସ ଦଳ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା । ମିଚେଲ ମାର୍ଶ ଓ ଡେଭିଡ୍‌ ୱାର୍ଣ୍ଣର ଦଳକୁ ଜିତାଇଥିଲେ । ଉଭୟ ଏବେ ଭଲ ଫର୍ମରେ ରହିଛନ୍ତି । ଇତିମଧ୍ୟରେ ଦୁର୍ଦ୍ଧର୍ଷ ଓପନର ପୃଥିୀ ଶ’ ଟାଇଫଏଡ୍‌ରୁ ସୁସ୍ଥ ହୋଇ ଦଳରେ ଯୋଗ ଦେଇଛନ୍ତି । ଆଜିର ମ୍ୟାଚ୍‌ରେ ସେ ଖେଳିବା ସମ୍ଭାବନା ରହିଛି । ସେହିପରି ପୂର୍ବ ମ୍ୟାଚ୍‌ରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ପେସ୍‌ ବୋଲର ଖଲିଲ୍‌ ଅହମ୍ମଦ ଲୟରେ ଥିବାବେଳେ ଚେତନ ସକରିୟା ପ୍ରଭାବୀ ବୋଲିଂ କରୁଛନ୍ତି। ପଞ୍ଜାବ କିଙ୍ଗ୍‌ସ ବୋଲର ଓ କ୍ୟାପିଟାଲ୍ସ ବ୍ୟାଟରଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବା ଆଶା କରାଯାଉଛି ।

କିଙ୍ଗ୍‌ସ ଦଳ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ୫୪ରନ୍‌ରେ ପରାସ୍ତ କରି ବିଜୟଧାରାକୁ ଫେରିଥିଲା । ଜନି ବେୟାରଷ୍ଟୋ ଓ ଲାଏମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳକୁ ବିଜୟୀ କରାଇଥିଲେ । ଓପନର ଶିଖର ଧାୱନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । କେବଳ ଅଧିନାୟକ ମୟଙ୍କ୍‌ ଅଗ୍ରୱାଲଙ୍କ ଫର୍ମ ଚିନ୍ତାଜନକ ରହିଛି । ପେସ୍‌ ବୋଲର ଅର୍ଶଦୀପ ଓ ସ୍ପିନର ରାହୁଲ ଚହର କ୍ୟାପିଟାଲ୍ସ ବ୍ୟାଟରଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ।

Comments are closed, but trackbacks and pingbacks are open.