IPL 2022 :ପଞ୍ଜାବ ସୁପର କିଙ୍ଗସ ର ବୃହତ ବିଜୟ

25

ରବିବାର ଖେଳାଯାଇଥିବା ଆଇପିଏଲ୍ ୨୦୨୨ ର ଦ୍ଵିତୀୟ ମ୍ୟାଚ୍ ମଧ୍ୟ ରୋଚକ ପୂର୍ଣ୍ଣ ହୋଇଛି I ଏହି ମ୍ୟାଚ୍‌ରେ ଆରସିବି ପଞ୍ଜାବ କିଙ୍ଗ୍ସ ସହ ମୁହାଁ ମୁହିଁ ହୋଇଥିଲା । ଟସ୍ ହରାଇବା ପରେ ବ୍ୟାଟିଂ କରିବାକୁ ଆସିଥିବା ଆରସିବି ଦଳ ଏହି ମ୍ୟାଚରେ ୨ ୱିକେଟ୍ ହରାଇ ୨୦୫ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପଞ୍ଜାବ ଆଇପିଏଲ ୨୦୨୨ରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଆରସିବି ବୋଲିଂରେ ବିଫଳତା କାରଣରୁ ପ୍ରଥମେ ମ୍ୟାଚ୍‌ରେ ପରାଜିତ ହୋଇଛି। ଏହା ସହି ତ ଆଜି ପ୍ରଥମେ ବ୍ୟାଟିଂ କରି ଆରସିବି ଅଧିନାୟକ ଫାଫ ଡୁପ୍ଲେସିସଙ୍କ ୮୮ ରନ, ବିରାଟ କୋହଲିଙ୍କ ୪୧ ଏବଂ ଦିନେଶ କାର୍ତ୍ତିକଙ୍କ ୩୨ ରନ ବଳରେ ୨ ଓ୍ଵିକେଟ୍ ହରାଇ ୨୦୫ ରନର ବିଶାଳ ସ୍କୋର କରିଥିଲା। ଜବାବରେ ପଞ୍ଜାବ ଶିଖର ଧାଓ୍ଵନଙ୍କ ୪୩, ଭାନୁକା ରାଜପକ୍ଷେଙ୍କ ୪୩ ସହ ଶେଷ ଆଡକୁ ଶାହରୁଖ ଖାନଙ୍କ ୨୪ ଏବଂ ଓଡେନ ସ୍ମିଥଙ୍କ ଅପରାଜିତ ୨୫ ରନ ବଳରେ ୧୯ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବେଙ୍ଗାଲୁରୁ ପକ୍ଷରୁ ମହମ୍ମଦ ସିରାଜ ୨ ଓ୍ଵିକେଟ୍ ନେଇଥିଲେ ହେଁ ୫୯ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ଦୁଇ ଓପନର ଅଧିନାୟକ ଫାପ ଡୁପ୍ଲେସିସ୍ ଓ ଅଞ୍ଜୁ ରାଓ୍ଵତ ୭ ଓଭରରେ ୫୦ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ଅଞ୍ଜୁ ରାଓ୍ଵତ ୨୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଡୁପ୍ଲେସିସ୍ ଓ ବିରାଟ କୋହଲି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଡୁପ୍ଲେସିସ୍ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୧୧୮ ରନ ଯୋଡିଥିଲେ। ଡୁପ୍ଲେସିସ୍ ୫୭ ବଲ୍‌ରୁ ୩ ଚୌକା ଏବଂ ୭ ଛକା ସହ ୮୮ ରନର ଦମଦାର ଇନିଂସ ଖେଳିଥିଲେ। ଶେଷ ଆଡକୁ ଦିନେଶ କାର୍ତ୍ତିକ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୪ ବଲ୍‌ରୁ ୩ ଚୌକା ଏବଂ ୩ ଛକା ସହ ୩୨ ରନରେ ଅପରାଜିତ ଥିଲେ। ବିରାଟ କୋହଲି ୨୯ ବଲ୍‌ରୁ ୧ ଚୌକା ଏବଂ ୨ ଛକା ଜରିଆରେ ୪୧ ରନର ଅପରାଜିତ ଇନିଂସ ଖେଳିଥିଲେ। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ବିଶାଳ ୨୦୫ ରନ କରିଥିଲା।

Comments are closed, but trackbacks and pingbacks are open.