IPL 2022 : ଦିଲ୍ଲୀ ବିପକ୍ଷରେ ଟସ ଜିତି ପଞ୍ଜାବ କିଙ୍ଗ୍ସର ବୋଲିଂ ନିଷ୍ପତ୍ତି

38

ଆଇପିଏଲ ୨୦୨୨ ର ୬୪ ତମ ମ୍ୟାଚ୍ ରେ ଆଜି ପଂଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲସ ମୁହାଁମୁହିଁ ହେଉଛନ୍ତି I ପଏଣ୍ଟ ଟେବୁଲ ରେ ଦିଳ୍ଲୀ କ୍ୟାପିଟାଲସ ୧୨ ପଏଣ୍ଟ ପାଇ ୫ ମ ସ୍ଥାନରେ ଥିବାବେଳେ ପଞ୍ଜାବ ସମାନ ସଂଖ୍ୟକ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି। ଉଭୟ ପଞ୍ଜାବ ଏବଂ ଦିଲ୍ଲୀ ପ୍ଲେ ଅଫ୍ ପାଇଁ ‘କର ବା ମର’ ସ୍ଥତିରେ ରହିଛନ୍ତି । ଆଜି ର ମ୍ୟାଚ ରେ ଦିଲ୍ଲୀ ବିପକ୍ଷରେ ଟସ ଜିତି ପଞ୍ଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି I ପଞ୍ଜାବର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀ ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ଖଲିଲ ଅହମ୍ମଦଙ୍କୁ ଚେତନ ସକାରିଆଙ୍କ ବଦଳରେ ଏବଂ କେଏସ ଭରତଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ଏହି ମ୍ୟାଚ୍‌ର ବିଜେତା ଦଳ ପଏଣ୍ଟ ତାଲିକାର ଶ୍ରେଷ୍ଠ-୪କୁ ଉଠିବ । ପରାଜିତ ଦଳର ପ୍ଲେ-ଅଫ୍‌ ଆଶା ସୂତା ଖିଅରେ ଝୁଲିବ । ତେଣୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ ।

କ୍ୟାପିଟାଲ୍ସ ଓ କିଙ୍ଗ୍‌ସ ଦଳ ନିଜର ନିଜ ପୂର୍ବ ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛନ୍ତି । କ୍ୟାପିଟାଲ୍ସ ଦଳ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା । ମିଚେଲ ମାର୍ଶ ଓ ଡେଭିଡ୍‌ ୱାର୍ଣ୍ଣର ଦଳକୁ ଜିତାଇଥିଲେ । ଉଭୟ ଏବେ ଭଲ ଫର୍ମରେ ରହିଛନ୍ତି । ଇତିମଧ୍ୟରେ ଦୁର୍ଦ୍ଧର୍ଷ ଓପନର ପୃଥିୀ ଶ’ ଟାଇଫଏଡ୍‌ରୁ ସୁସ୍ଥ ହୋଇ ଦଳରେ ଯୋଗ ଦେଇଛନ୍ତି । ଆଜିର ମ୍ୟାଚ୍‌ରେ ସେ ଖେଳିବା ସମ୍ଭାବନା ରହିଛି । ସେହିପରି ପୂର୍ବ ମ୍ୟାଚ୍‌ରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ପେସ୍‌ ବୋଲର ଖଲିଲ୍‌ ଅହମ୍ମଦ ଲୟରେ ଥିବାବେଳେ ଚେତନ ସକରିୟା ପ୍ରଭାବୀ ବୋଲିଂ କରୁଛନ୍ତି। ପଞ୍ଜାବ କିଙ୍ଗ୍‌ସ ବୋଲର ଓ କ୍ୟାପିଟାଲ୍ସ ବ୍ୟାଟରଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବା ଆଶା କରାଯାଉଛି ।

କିଙ୍ଗ୍‌ସ ଦଳ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ୫୪ରନ୍‌ରେ ପରାସ୍ତ କରି ବିଜୟଧାରାକୁ ଫେରିଥିଲା । ଜନି ବେୟାରଷ୍ଟୋ ଓ ଲାଏମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳକୁ ବିଜୟୀ କରାଇଥିଲେ । ଓପନର ଶିଖର ଧାୱନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । କେବଳ ଅଧିନାୟକ ମୟଙ୍କ୍‌ ଅଗ୍ରୱାଲଙ୍କ ଫର୍ମ ଚିନ୍ତାଜନକ ରହିଛି । ପେସ୍‌ ବୋଲର ଅର୍ଶଦୀପ ଓ ସ୍ପିନର ରାହୁଲ ଚହର କ୍ୟାପିଟାଲ୍ସ ବ୍ୟାଟରଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ- ଡେଭିଡ ୱାର୍ଣ୍ଣର, ସରଫରାଜ ଖାନ, ମିଚେଲ ମାର୍ଶ, ଋଷଭ ପନ୍ତ (ଓ୍ଵିକେଟ୍ କିପର / ଅଧିନାୟକ), ଲଲିତ ଯାଦବ, ରୋଭମାନ ପାଓ୍ଵେଲ, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅନରିଚ୍ ନୋର୍ତ୍ତଜେ, ଖଲିଲ ଅହମ୍ମଦ।

ପଞ୍ଜାବ କିଙ୍ଗ୍ସ- ଜନି ବେୟାରଷ୍ଟୋ, ଶିଖର ଧାୱନ, ଭାନୁକା ରାଜପକ୍ଷ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୟଙ୍କ ଅଗ୍ରୱାଲ୍ (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), ହରପ୍ରୀତ ବ୍ର, ଋଷି ଧାୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ।

Comments are closed, but trackbacks and pingbacks are open.