IPL 2022: ଆଜି ସନ୍ଧ୍ୟା ରେ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା

29

ଆଇପିଏଲ୍ ୨୦୨୨ ର ୬୦ ତମ ଲିଗ ମ୍ୟାଚ୍ ମୁକାବିଲା ଆଜି ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବାକୁ ଯାଉଛି I ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ପାଇଁ ବର୍ତ୍ତମାନ ବିଜୟ ଅତ୍ୟନ୍ତ ଜରୁରି । ତେଣୁ ଆଜିର ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ବର୍ତ୍ତମାନ କେବଳ ବିଜୟ ସେଭଳି ମହତ୍ୱ ରଖୁନାହିଁ । ବିଜୟ ସହ ଗଣିତ ମଧ୍ୟ ଜରୁରି ହୋଇପଡ଼ିଛି । ବଡ ବ୍ୟବଧାନରେ ମ୍ୟାଚ୍‌ ଜିତି ରନ୍‌ ରେଟ୍‌ରେ ଉନ୍ନତି ଆଣିବା ପ୍ରଥମ କାର୍ଯ୍ୟ ହେବ । ରୟାଲ୍‌ ଚ୍ୟାଲେଞ୍ଜର୍ସ ଇତି ମଧ୍ୟରେ ୧୨ଟି ମ୍ୟାଚ୍‌ ଖେଳି ୧୪ ପଏଣ୍ଟ ହାସଲ କରିଥିଲେ ହେଁ ରନ୍‌ ରେଟ୍‌ -୦.୧୧୫ ରହିଛି । ସେହିପରି ପଞ୍ଜାବ କିଙ୍ଗ୍‌ସ ୧୧ଟି ମ୍ୟାଚ୍‌ ଖେଳି ୧୦ ପଏଣ୍ଟ(-୦.୦୫୭ ରନ୍‌ ରେଟ୍‌) ଅକ୍ତିଆର କରିଛି । ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ପଞ୍ଜାବ କିଙ୍ଗ୍‌ସକୁ ବାକି ୩ଟି ଯାକ ମ୍ୟାଚ୍‌ ଜିତିବାକୁ ହେବ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ଆସନ୍ତା କାଲି ଜିତିଲେ ପଏଣ୍ଟ ତାଲିକାର ତୃତୀୟକୁ ଉଠିବ । ତଥାପି ଦଳର ପ୍ଲେ-ଅଫ୍‌ ନିଶ୍ଚିତ ହୋଇପାରିବ ନାହିଁ । ରନ୍‌ ରେଟ୍‌ କମ୍‌ ଥିବାରୁ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଶେଷ ୨ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ । ବିରାଟ କୋହଲି ଓ ଫାଫ ଡୁ ପ୍ଲେସିଙ୍କୁ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ । ବିଶେଷ କରି ପଞ୍ଜାବ କିଙ୍ଗ୍‌ସର ସନ୍ଦିପ ଶର୍ମାଙ୍କ ବିପକ୍ଷରେ ଉଭୟଙ୍କୁ ସତର୍କ ରହିବାକୁ ପଡ଼ିବ । ସେହିପରି ଶିଖର ଧାୱନ ଓ ଜନି ବେୟାରଷ୍ଟୋଙ୍କ ପାଇଁ ୱାନିଣ୍ଡୁ ହସରଙ୍ଗା ପ୍ରସ୍ତୁତ ରହିଛନ୍ତି ।

Comments are closed, but trackbacks and pingbacks are open.