IPL 2022 :PBKS ବନାମ CSK ,ପଞ୍ଜାବ ବିପକ୍ଷରେ ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

25

ଆଜି ଆଇପିଏଲ୍ 2022 ର ୧୫ ଶ ସଂସ୍କରଣ ର ୧୧ତମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ବନାମ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେଉଛନ୍ତି I ଆଜିର ମ୍ୟାଚ୍ ଜିତି ସିଏସକେ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚାହୁଁଥିବାବେଳେ ପଞ୍ଜାବର ନିଜର ବିଜୟଧାରା ବଜାୟ ରଖିବାକୁ ଚାହୁଁଚି I CSK ଟସ୍ ଜିତି ନିଜ ସୁପର ୧୧ ସହ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି Iତେବେ ଚୂଡାନ୍ତ ୧୧ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି I ଏହି ମ୍ୟାଚ୍‌କୁ ନେଇ ଦର୍ଶକ ମହଲରେ ଉତ୍ସାହ ଦ୍ୱିଗୁଣା ହୋଇ ଯାଇଛି ।
ଚଳିତ ଆଇପିଏଲ ସିଏସକେ ପାଇଁ ଏ ପର୍ଯ୍ୟନ୍ତ ଭାଗ୍ୟଶାଳୀ ହୋଇ ନାହିଁ I ୨୦୨୨ ପୂର୍ବ ରୁ ଆଇପିଏଲ ରେ CSK ଏ ପର୍ଯ୍ୟନ୍ତ ଆଇପିଏଲରେ ପ୍ରଥମ ଦୁଇଟି ମ୍ୟାଚ ହାରି ନ ଥିବାବେଳେ ଚଳିତ ବର୍ଷ କିନ୍ତୁ ରବିନ୍ଦ୍ର ଜାଡେଜାଙ୍କ ଅଧିନାୟକତ୍ୱରେ CSK ପ୍ରଥମେ KKR ଏବଂ ପରେ ଲଖନଉ ଠାରୁ ପରାସ୍ତ ହୋଇସାରିଛି I ଏଥିସହିତ ପଞ୍ଜାବ ପ୍ରଥମ ମ୍ୟାଚରେ ଆରସିବିକୁ ପରାସ୍ତ କରିଥିଲା ​​କିନ୍ତୁ ଦ୍ୱିତୀୟ ମ୍ୟାଚରେ ସେମାନେ କେକେଆର ଦ୍ୱାରା ମଧ୍ୟ ପରାସ୍ତ ହୋଇଥିଲେ। ଏ ଥର ଦୁଇ ଦଳ ନିଜର ସୁପର ଏକାଦଶ ସହିତ ପଡିଆକୁ ଓହ୍ଲାଇଛନ୍ତି I

ପଞ୍ଜାବ କିଙ୍ଗ୍ସ

ମୟଙ୍କ ଅଗ୍ରଓ୍ଵାଲ(ଅଧିନାୟକ), ଶିଖର ଧାଓ୍ଵନ, ଭାନୁକା ରାଜପକ୍ଷ(ଓ୍ଵିକେଟ୍ କିପର), ଲିୟାମ ଲିଭିଙ୍ଗଷ୍ଟୋନ, ଶାହରୁଖ ଖାନ, ଜିତେଶ ଶର୍ମା, ଓଡେନ ସ୍ମିଥ, ଅର୍ଶଦୀପ ସିଂହ, କାଗିସୋ ରାବଡା, ରାହୁଲ ଚହର, ବୈଭବ ଆରୋରା।

ଚେନ୍ନାଇ ସୁପର କିଙ୍ଗ୍ସ

ଋତୁରାଜ ଗାଏକଓ୍ଵାଡ, ରବିନ ଉଥପ୍ପା, ମୋଇନ ଅଲ୍ଲୀ, ଅମ୍ବତି ରାୟୁଡୁ, ରବୀନ୍ଦ୍ର ଜାଡେଜା(ଅଧିନାୟକ), ଏମଏସ ଧୋନୀ(ଓ୍ଵିକେଟ୍ କିପର), ଶିବମ ଦୁବେ, ଡ୍ଵେନ ବ୍ରାଭୋ, କ୍ରିସ୍ ଜୋର୍ଡାନ, ଡ୍ଵେନ ପ୍ରିଟୋରିୟସ, ମୁକେଶ ଚୌଧୁରୀ।

Comments are closed, but trackbacks and pingbacks are open.