ଆଇପିଏଲ୍ ୨୦୨୨ : ନୀତୀଶ ରାଣା ଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ର ୧୪୬ ରନ,ଦିଲ୍ଲୀ ପାଇଁ ୧୪୭ ରନ୍ ଲକ୍ଷ୍ୟ ଧାର୍ଯ୍ୟ

123

ଚଳିତ ଆଇପିଏଲ୍ ୨୦୨୨ ସିଜନର ୪୧ ତମ ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିଅମ ରେ ଦିଲ୍ଲୀ କ୍ୟାପିଟାଲସ (ଡିସି) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ଖେଳାଯାଉଛି I ଦିଲ୍ଲୀ କ୍ୟାପିଟାଲସ ଟସ ଜିତି ପ୍ରଥମେ କୋଲକାତା କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଦିଲ୍ଲୀ I କୋଲକାତା ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରି ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) କୁ ୧୪୭ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି । କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ନୀତୀଶ ରାଣା ସର୍ବାଧିକ ୫୭ ରନ୍ ସଂଗ୍ରହ କରିଥିଲେ। ସେହିପରି ଦିଲ୍ଲୀ କ୍ୟାପିଟାଲସ (ଡିସି) ପାଇଁ କୁଲଦୀପ ଯାଦବ ସର୍ବାଧିକ ୪ ୱିକେଟ୍ ନେଇଛନ୍ତି I
ଆଜିର ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ। କୋଲକାତା ପକ୍ଷରୁ ବ୍ୟାଟିଂ କରିବାକୁ ଆସିଥିଲେ ଆରୋନ ଫିଞ୍ଚ୍ ଓ ଭେଙ୍କଟେଶ ଆୟର। ହେଲେ ଦଳ ଆରମ୍ଭରୁ ୱିକେଟ ହରାଇଥିଲା।

ଗୋଟିଏ ଓଭର ୩ ବଲ୍‌ ଖେଳ ଚାଲିଥିବା ବେଳେ ଆରୋନ ଫିଞ୍ଚ ମାତ୍ର ୩ ରନ୍ କରି ଚେତନ ସାକାରିଆଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ କ୍ୟାପ୍ଟେନ୍ ଶ୍ରେୟସ ଆୟର। ଭେଙ୍କଟେଶ ଓ ଶ୍ରେୟସଙ୍କ ମଧ୍ୟରେ ୧୮ ବଲ୍‌ରେ ୧୮ ରନ୍ ପାର୍ଟନର୍ସିପ ହୋଇଥିବା ବେଳେ ୪.୩ ବଲ୍‌ ବେଳେ ଭେଙ୍କଟେଶଙ୍କର ୱିକେଟ ପଡ଼ିଥିଲା। ସେ ମାତ୍ର ୬ ରନ୍ କରି ଅକ୍ସର ପଟେଲ୍‌ଙ୍କର ବଲ୍‌ରେ ଚେତନ ସକାରିଆଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ।

ତୃତୀୟ ୱିକେଟ୍ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ବାବା ଇନ୍ଦ୍ରଜିତ। ହେଲେ ସେ ବି ବେଶି ସମୟ ପଡ଼ିଆରେ ତିଷ୍ଟି ରହିପାରିନଥିଲେ। ମ୍ୟାଚର ୭ ଓଭର ବେଳେ ସଙ୍ଗେ ସଙ୍ଗେ ଦୁଇଟି ୱିକେଟ୍ ପଡ଼ିଥିଲା। ଓଭର ପ୍ରଥମ ବଲ୍‌ରେ ଇନ୍ଦ୍ରଜିତ(୬) ଆଉଟ ହୋଇଥିବା ବେଳେ ତୃତୀୟ ବଲ୍‌ରେ ସୁନୀଲ ନାରିନ(୦)ଙ୍କ ୱିକେଟ୍ ଯାଇଥିଲା। ଉଭୟଙ୍କ ୱିକେଟ୍ ନେଇଥିଲେ କୁଲ୍‌ଦୀପ ଯାଦବ।

ଏହାପରେ ପୁଣି ୧୩ ଓଭର ବେଳ ପୁଣି ଦୁଇଟି ୱିକେଟ୍ ହରାଇଥିଲା କୋଲକାତା। ଓଭର ପ୍ରଥମ ବଲ୍‌ରେ କ୍ୟାପ୍ଟେନ୍ ଶ୍ରେୟସ ଆୟର(୪୨) ଓ ୪ ବଲ୍‌ରେ ଅଣ୍ଡ୍ର୍ୟୁ ରସେଲ(୦)ଙ୍କ ୱିକେଟ ଯାଇଥିଲା। ୧୫ ଓଭର ଖେଳ ଶେଷ ବେଳକୁ ଦଳ ମାତ୍ର ୯୪ ରନ୍ କରି ୱିକେଟ ହରାଇ ସାରିଥିଲା। ଏହାରେ ନୀତିଶ ରାଣ ଅନ୍ୟ ରିଙ୍କୁ ସିଂହ ମିଶ କିଛି ସମୟ ପାଳି ସମ୍ଭାଳିବା ପରେ ଶେଷ ଓଭରକୁ ୩ ଜଣଙ୍କର ୱିକେଟ ପଡ଼ିଥିଲା। ରିଙ୍କୁ ସିଂହ(୨୩), ନୀତିଶ ରାଣା(୫୭) ଓ ଟିମ୍ ସାଉଦି ଖାତା ନ ଖୋଲିପାରି ମୁସ୍ତାଫିଜୁର ରହେମାନଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ।

ଆଜିର ମ୍ୟାଚ୍‌ରେ କୋଲକାତା ହିରୋ ନୀତିଶ ରାଣା ସର୍ବାଧିକ ୫୭ ରନ୍ କରିଥିବା ବେଳେ ଆଇପିଏଲ୍‌ରେ ସେ ତାଙ୍କର ୨ ହଜାର ରନ୍‌ ପୂରା କରିଛନ୍ତି।

ବୋଲିଂ-

କୁଲଦୀପ ଯାଦବ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ବି, ମୁସ୍ତାଫିଜୁର ରେହେମାନ ୩ ୱିକେଟ୍, ଚେତନ ସକାରିଆ ଓ
ଅକ୍ସର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.