IPL 2022:ପ୍ରଥମ ଥର ପାଇଁ ମୁମ୍ବାଇ ଇଂଡିଆନ୍ସ ର ଲଗାତାର ୬ଷ୍ଠ ପରାଜୟ , ୧୮ ରନରେ ଜିତିଲା ଲକ୍ଷ୍ନୌ ସୁପର ଜାୟଣ୍ଟସ୍

27

ଆଇପିଏଲର ୨୬ ତମ ମ୍ୟାଚ୍ ବ୍ରାବର୍ନ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଇଥିଲା I ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଦଳ କ୍ରମାଗତ ଷଷ୍ଠ ପରାଜୟର ସମ୍ମୁଖୀନ ହୋଇଛି। ଏହା ସହିତ ଲକ୍ଷ୍ନୌ ଦଳ ଅଧିନାୟକ କେ ଏଲ ରାହୁଲ ଶତକ ମାରି ନିଜ ଦଳକୁ ଜିତାଇଛନ୍ତି I
ଏଥିସହ ମୁମ୍ବାଇ କ୍ରମାଗତ ଷଷ୍ଠ ପରାଜୟ ଭୋଗିଥିବା ବେଳେ ଲକ୍ଷ୍ନୌ ସମାନ ମ୍ୟାଚରୁ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଛି। ଆଜି ମ୍ୟାଚ୍ ହାରିବା ସହ ମୁମ୍ବାଇର ପ୍ଲେ ଅଫ୍‌ରୁ ବାଦ୍ ପଡିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ଲକ୍ଷ୍ନୌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଲୋକେଶ ରାହୁଲ ଓ ଅଭେଶ ଖାନ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଲୋକେଶ ରାହୁଲଙ୍କ ଅପରାଜିତ ୧୦୩ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୯ ରନ କରିଥିଲା। ଜବାବରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୮୧ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୩୭ ରନ କରିଥିଲେ। ଦିଲ୍ଲୀ ପକ୍ଷରୁ ଅଭେଶ ଖାନ ୩ ଓ୍ଵିକେଟ୍ ନେଇ ଲକ୍ଷ୍ନୌ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।

୨୦୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଭଲ ନ ଥିଲା। ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଦଳ ଏବଂ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ସେ ୬ ରନ କରି ଆଉଟ୍ ହୋଇଛନ୍ତି। ଦିଓ୍ଵାର୍ଲ୍ଡ ବ୍ରେଭିସ୍ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୩ ବଲରୁ ୬ ଚୌକା ଏବଂ ୧ ଛକା ସହ ୩୧ ରନ କରିଥିଲେ। ଦଳୀୟ ସ୍କୋର ୫୭ ରନରେ ମୁମ୍ବାଇକୁ ଲଗାତାର ଦୁଇଟି ଝଟକା ଲାଗିଥିଲା। ବ୍ରେଭିସଙ୍କ ପରେ ଇଶାନ କିଷନ(୧୩) ଆଉଟ୍ ହୋଇଥିଲେ।

୫୭ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ମୁମ୍ବାଇ ଇଂନିସକୁ ଆଗକୁ ବଢାଇଥିଲେ ଇନଫର୍ମ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍‌ରେ ୬୪ ରନ ଯୋଡିଥିଲେ। ୧୨୧ ରନ ସ୍କୋରରେ ତିଳକ ବର୍ମା ଆଉଟ୍ ହୋଇଥିଲେ। ସେ ୨୭ ବଲରୁ ୩ ଚୌକା ସହ ୩୭ ରନ କରିଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ମୁମ୍ବାଇକୁ ବହୁତ ବଡ ଝଟକା ଲାଗିଥିଲା। ଶେଷ ଆଡକୁ କିରଣ ପୋଲାର୍ଡ ଏବଂ ଜୟଦେବ ଉନାଦକତ ବିସ୍ଫୋରକ ବ୍ୟାଟିଂ କରିଥିଲେ ମଧ୍ୟ ଏହା ମୁମ୍ବାଇ ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା। ପୋଲାର୍ଡ ୨୫ ରନ କରି ଆଉଟ୍ ହୋଇଥିଲେ। ଦଳ ଶେଷରେ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୮୧ ରନରେ ସୀମିତ ରହିଛି।

ଲକ୍ଷ୍ନୌ ପକ୍ଷରୁ ଅଭେଶ ଖାନ ୩୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ମାର୍କସ ଷ୍ଟୋଇନିସ, ରବି ବିଷ୍ଣୋଇ ଓ ଜାସନ ହୋଲଡର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଲକ୍ଷ୍ନୌ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌକୁ ଅଧିନାୟକ କେଏଲ ରାହୁଲ ଏବଂ କ୍ଵିଣ୍ଟନ ଡିକକ ଦମଦାର ଆରମ୍ଭ ଦେଇଥିଲେ। ୫.୩ ଓଭରରେ ୫୨ ରନ ଯୋଡିଥିଲେ। ଡି କକ୍‌ ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ଏବଂ ମନୀଷ ପାଣ୍ଡେ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୭୨ ରନ ଯୋଡିଥିଲେ। ମନୀଷ ପାଣ୍ଡେ ୨୯ ବଲରୁ ୬ ଚୌକା ସହ ୩୮ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ରାହୁଲ ଦମଦାର ବ୍ୟାଟିଂ କରିଥିଲେ ଚଳିତ ଆଇପିଏଲରେ ଦ୍ଵିତୀୟ ବ୍ୟାଟସମ୍ୟାନ ଭାବେ ଶତକ ଅର୍ଜନ କରିଥିଲେ। ଆଇପିଏଲରେ ଏହା ତାଙ୍କର ଚତୁର୍ଥ ଶତକ। କେଏଲ ୬୦ ବଲରୁ ୯ ଚୌକା ଏବଂ ୫ ଛକା ସହ ୧୦୩ ରନ କରି ଅପରାଜିତ ଥିଲେ। ଅଧିନାୟକଙ୍କ ବିସ୍ଫୋରକ ଶତକ ବଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୯ କରିଥିଲା।

Comments are closed, but trackbacks and pingbacks are open.