IPL 2022 :MI vs KKR: ମୁମ୍ବାଇର କ୍ରମାଗତ ତୃତୀୟ ପରାଜୟ

24

ଆଇପିଏଲ୍ ୨୦୨୨ ର ୧୪ ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଆଜି କେକେଆର ସହିତ ସମ୍ମୁଖୀନ ହୋଇଥିଲା I ଲଗାତାର ୫ ଥର ଚାମ୍ପିୟନ ଥିବା ମୁମ୍ବାଇ ଇଂଡିଆନ୍ସ କୁ କେକେଆର୍ ୫ ୱିକେଟ୍ ରେ ପରାସ୍ତ କରିଛି I ଏହି ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ ୪ ୱିକେଟ୍ ହରାଇ ୨୦ ଓଭରରେ ୧୬୧ ରନ୍ ସଂଗ୍ରହ କରି ଥିଲା। ଏହାର ଉତ୍ତରରେ, କେକେଆର୍ ୫ ୱିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିଛି I

ଦଳ ପକ୍ଷରୁ ଭେଙ୍କେଟେସ୍ ଆୟର ଓ ପ୍ୟାଟ୍ କମିନ୍ସ ଜବରଦରସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଉଭୟ ନିଜ ନିଜର ଅର୍ଦ୍ଧଶତକ ପୂରା କରିଛନ୍ତି। ଭେଙ୍କେଟେସ୍ ଆୟର ୪୦ ବଲ୍‌ରେ ୫୦ ରନ୍ କରି ଅପରାଜିତ ରହିଥିବା ବେଳେ ପ୍ୟାଟ୍ କମିନ୍ସ ମଧ୍ୟ ନଟ୍‌ଆଉଟ୍ ରହି ମାତ୍ର ୧୫ ବଲ୍‌ରେ ଧୁଆଁଧାର ବ୍ୟାଟିଂ କରି ୫୬ ରନ୍ କରିଛନ୍ତି।

କେକେଆର୍‌ର ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ। ଅଜିଙ୍କ୍ୟା ରାହାଣେ ୭ ରନ୍, କ୍ୟାପ୍ଟେନ୍ ଶ୍ରେୟଶ ଆୟର ୧୦ ରନ୍, ଶାମ ବିଲିଂ ୧୭ ରନ୍, ନୀତିଶ ରାଣା ୮, ଆନ୍ଦ୍ର୍ୟୁ ରସେଲ ୧୧ ରନ୍ କରିଛନ୍ତି। ଶେଷ ବେଳକୁ ଭେଙ୍କଟେଶ ଆୟର ଓ ପ୍ୟାଟ୍ କମିନ୍ସଙ୍କ ଲଢ଼ୁଆ ବ୍ୟାଟିଂ ଦଳରେ ଦଳ ମାତ୍ର ୧୬ ଓଭରରେ ୫ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଛି।

Comments are closed, but trackbacks and pingbacks are open.