IPL 2022:MI vs KKR ,୧୬୧ ରନ ରେ ମୁମ୍ବାଇ ର ପାଳି ସମାପ୍ତ

30

ଆଇପିଏଲ ୨୦୨୨ ର ୧୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ କେକେଆର ମୁହାଁମୁହିଁ ହୋଇଛନ୍ତି I ପାଞ୍ଚ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ,ଚଳିତ ସିଜିନ୍ରୁ ରେ ଗୋଟିଏ ବି ବିଜୟ ହାସଲ କରି ପରି ନାହିଁ I ଅନ୍ୟପକ୍ଷରେ, କେକେଆର ଦଳ ୩ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତି ସ୍ଥିତି ସୁଦୃଢ କରିପାରିଛି I ଏହି ମ୍ୟାଚରେ ଟସ୍ ଜିତିବା ପରେ କେକେଆର୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ଜବାବରେ ମୁମ୍ବାଇର ଦଳ ୨୦ ଓଭରରେ ୪ ୱିକେଟ ହରାଇ ମାତ୍ର ୧୬୧ ରନ୍ ସ୍କୋର କରିବାକୁ ସକ୍ଷମ ହୋଇ ପାରିଛି I
ଏକଦା ୧୧ ଓଭରରେ ୫୫ ରନ କରିଥିବା ମୁମ୍ବାଇ ଶେଷ ୯ ଓଭରରୁ ୧୦୬ ରନ କରିଛି। ତୃତୀୟ ବିଜୟ ପାଇଁ କୋଲକାତା ସମ୍ମୁଖରେ ୧୬୨ ରନ ରହିଛି। ନିଜର ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ୫୨ ରନର ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ତିଳକ ବର୍ମା ୩୮ ରନ କରିଛନ୍ତି। ପୋଲାର୍ଡ ୫ ବଲରୁ ୨୨ ରନ କରିଛନ୍ତି।
ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଭଲ ନଥିଲା। ଦଳୀୟ ସ୍କୋର ୬ ରନରେ ରୋହିତ ଶର୍ମା(୩) ପୁଣି ଥରେ ନିରାଶ କରିଥଲେ। ଆଇପିଏଲରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଡେଓ୍ଵର୍ଲ୍ଡ ବ୍ରେଭିସ ୧୯ ବଲରୁ ୨ଟି ଲେଖାଏଁ ଛକା ଏବଂ ଚୌକା ଜରିଆରେ ୨୯ ରନ କରିଥିଲେ। ଫର୍ମରେ ଥିବା ଇଶାନ କିଷନ(୧୪) ଆଉଟ୍ ହୋଇଥିଲେ।

୧୧ ଓଭରରେ ମୁମ୍ବାଇ ଧିମା ବ୍ୟାଟିଂ କରି ୩ ଓ୍ଵିକେଟ୍ ହରାଇ ୫୫ ରନ କରିଥିଲା। ଏହା ପରେ ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇର ସ୍କୋରକୁ ୧୫୦ରେ ପହଞ୍ଚାଇଥିଲେ। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍‌ରେ ୮୩ ରନ ଯୋଡିବାରୁ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୫୦ ରନ କରି ପାରିଛି। ସୂର୍ଯ୍ୟକୁମାର ଯାଦବ ଚଳିତ ଆଇପିଏଲରେ ନିଜର ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୬ ବଲରୁ ୫ ଚୌକା ଏବଂ ୨ ଛକା ସହ ୫୨ ରନ କରି ଆଉଟ୍ ହୋଇଥିଲେ। ତିଳକ ବର୍ମା ୨୭ ବଲରୁ ଦ୍ରୁତ ୩୮ରନ କରିଥିଲେ। ଶେଷ ଓଭରରେ ପୋଲାର୍ଡ ୫ ବଲରୁ ୨୨ ରନ କରିଥିଲେ। ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୧ ରନ କରିଛି।

Comments are closed, but trackbacks and pingbacks are open.