ଆଇପିଏଲ ୨୦୨୨ :ଲକ୍ଷ୍ନୌ ସୁପର ଜିଆଣ୍ଟସ ରୁ ବାଦ ପଡ଼ିଲେ ମାର୍କ ଉଡ୍

24

ଚଳିତ ମାସ ମାର୍ଚ୍ଚ ୨୬ ରୁ ଆରମ୍ଭ ହେଉଛି IPL-2022 I ମ୍ୟାଚ ଆରମ୍ଭ ହେବା ପୂର୍ବରୁ ନୂଆ ଟିମ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ ଲାଗିଛି ଜବରଦସ୍ତ ଝଟକା। ଦଳ ପକ୍ଷରୁ ଖେଳିବାକୁ ଥିବା ଇଂଲିଶ ଦ୍ରୁତ ବୋଲର ମାର୍କ ଉଡ ଆହତ କାରଣରୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। କହୁଣୀ ଜନିତ ସମସ୍ୟା ଯୋଗୁ ସେ ଆଇପିଏଲ ଖେଳିବେ ନାହିଁ।
ଗତ ସପ୍ତାହରେ ମାର୍କ ଉଡ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଖେଳିଥିଲେ। ଏହି ସମୟରେ ସେ କହୁଣୀ ଆଘାତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ସେ ବେଶ କିଛି ଦିନ କ୍ରିକେଟରୁ ଦୂରେଇ ରହିବେ। ତେଣୁ ତାଙ୍କୁ ଆଇପିଏଲରେ ଦେଖିବାକୁ ମିଳିବନି ବୋଲି ରିପୋର୍ଟ ପ୍ରକାଶ ପାଇଛି।
୨୦୨୨ ଆଇପିଏଲ ପୂର୍ବରୁ ହୋଇଥିବା ମେଗା ନିଲାମ ସମୟରେ ଲକ୍ଷ୍ନୌ ୭.୫ କୋଟି ଟଙ୍କାରେ ମାର୍କ ଉଡଙ୍କୁ କିଣିଥିଲା। ହେଲେ ଏବେ ସେ ବୋଲିଂ କରିବାକୁ ସକ୍ଷମ ହେଉ ନଥିବାରୁ ଆଇପିଏଲରୁ ବାଦ ପଡ଼ିଛନ୍ତି। ଆହତ ସମସ୍ୟା ଯୋଗୁ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ମଧ୍ୟ ମାତ୍ର ୧୭ ଓଭର ବୋଲିଂ କରିଥିଲେ।
ସୂଚନାଯୋଗ୍ୟ, ଲକ୍ଷ୍ନୌ ନୂଆ ଦଳ ଭାବେ ଚଳିତ ବର୍ଷ ଆଇପିଏଲ ଖେଳିବ। ଏହି ଟିମ୍ର ଅଧିନାୟକ ଭାବେ କେଏଲ ରାହୁଲ ନିଯୁକ୍ତି ପାଇଥିବା ବେଳେ ଆଣ୍ଡି ଫ୍ଲାୱାର ଦଳର କୋଚ ଭାବେ ଦାୟିତ୍ୱ ପାଇଛନ୍ତି।

Comments are closed, but trackbacks and pingbacks are open.