IPL 2022 : ୬ ୱିକେଟ ହରାଇ ୧୫୮ ରନ୍‌ କଲା ଲକ୍ଷ୍ନୌ ସୁପର ଜିଆଣ୍ଟସ

22

ଦୀପକ ହୁଡ୍ଡା ଓ ଆୟୁଷ ବାଦୋନିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳୟରେ ଲକ୍ଷ୍ନୌ ସୁପର ଜାୟଣ୍ଟସ୍ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି। ଏକଦା ୨୯ ରନରେ ୪ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଲକ୍ଷ୍ନୌ ଦୀପକ ହୁଡ୍ଡାଙ୍କ ୫୫ ଏବଂ ଆୟୁଷ ବାଦୋନିଙ୍କ ୫୪ ରନ ବଳରେ ଏହି ସ୍କୋରରେ ପହଞ୍ଚି ପାରିଛି। ହୁଡ୍ଡା ଓ ବାଦୋନି ପଞ୍ଚମ ଓ୍ଵିକେଟ୍ ପାଇଁ ୮୭ ରନ ଯୋଡିଥିଲେ। ପ୍ରଥମ ମ୍ୟାଚ୍ ଜିତିବା ପାଇଁ ଗୁଜରାଟ ଟାଇଟନ୍ସ ସମ୍ମୁଖରେ ୧୫୯ ରନର ବିଜୟ ଲକ୍ଷ୍ୟ ରହିଛି। କୃଣାଲ ପାଣ୍ଡ୍ୟା ୨୧ ରନ କରି ଅପରାଜିତ ଅଛନ୍ତି। ମହମ୍ମଦ ଶାମି ୨୫ ରନ ଦେଇ ୩ଟି ଏବଂ ବରୁଣ ଆରୋଣ ୪୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.