IPL-2022, LSG ବନାମ MI କେ.ଏଲ୍ ରାହୁଲ ଙ୍କ ଶତକ, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୬୯ ରନ ର ଲକ୍ଷ୍ୟ ଦେଲା ଲକ୍ଷ୍ନୌ

22

ଅଧିନାୟକ କେଏଲ ରାହୁଲଙ୍କ ଶତକୀୟ ଇନିଂସ ସତ୍ତ୍ଵେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଚଳିତ ଆଇପିଏଲର ୩୭ ତମ ମ୍ୟାଚରେ ବଡ ସ୍କୋର କରି ପାରି ନାହିଁ। ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଛି। ଏହି ସିଜିନରେ ପ୍ରଥମ ମ୍ୟାଚ୍ ଜିତିବାକୁ ହେଲେ ମୁମ୍ବାଇକୁ ୧୬୯ ରନ କରିବାକୁ ପଡିବ। କେଏଲ ରାହୁଲ ମୁମ୍ବାଇ ବିରୋDରେ କ୍ରମାଗତ ଦ୍ଵିତୀୟ ଶତକ ହାସଲ କରିଛି। ଚଳିତ ଆଇପିଏଲରେ ରାହୁଲଙ୍କ ଏହା ହେଉଛି ଦ୍ଵିତୀୟ ଶତକ। ରାହୁଲ ୧୦୩ ରନର ଅପରାଜିତ ଇନିଂସ ଯୋଗୁଁ ଲକ୍ଷ୍ନୌ ଏହି ସ୍କୋରରେ ପହଞ୍ଚି ପାରିଛି। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମୁମ୍ଵାଇ ପକ୍ଷରୁ କିରଣ ପୋଲାର୍ଡ ୮ ରନ ଦେଇ ୨ଟି ଏବଂ ରିଲେ ମେରେଡିଥ ୪୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ ପକ୍ଷରୁ ଓପନର କ୍ବିଣ୍ଟନ ଡି’ କକ୍‌ ୧୦ ରନ କରି ଆଉଟ ହୋଇଥିଲେ। ଦଳୀୟ ସ୍କୋର ୮୫ ରନରେ ମନୀଷ ପାଣ୍ଡେ ୨୨ ରନ କରି ପାଭିଲିୟନ ଫେରିଥିଲେ। ଗୋଟିଏ ପଟେ କେଏଲ ରାହୁଲ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ବାକି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମାର୍କସ୍‌ ଷ୍ଟୋଇନିସ୍‌ ୦ ରନ, କ୍ରୁନାଲ ପାଣ୍ଡ୍ୟା ୧ରନ, ଦୀପକ ହୁଡ୍ଡା ୧୦ରନ, ଆୟୁସ୍‌ ବାଦୋନୀ ୧୪ରନ କରି ଆଉଟ ହୋଇଥିଲେ। ଅଧିନାୟକ ଲୋକେସ୍‌ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୬୨ ବଲ ଖେଳି ୧୨ଚୌକା ଏବଂ ୪ଟି ଛକା ସହାୟତାରେ ୧୦୩ ରନ କରି ଅପରାଜିତ ଅଛନ୍ତି। ଚଳିତ ଆଇପିଏଲରେ ରାହୁଲଙ୍କ ଏହା ହେଉଛି ଦ୍ଵିତୀୟ ଶତକ ଏବଂ ମୁମ୍ବାଇ ବିରୋଧରେ ଏହା ତାଙ୍କର ତୃତୀୟ ଶତକ। ଜାସନ୍‌ ହୋଲଡର ୦ ରନ କରି ଅପରାଜିତ ଥିଲେ। ରାହୁଲଙ୍କ ଶତକ ସତ୍ତ୍ଵେ ଲକ୍ଷ୍ନୌ ବିଶାଳ ସ୍କୋର କରି ପାରିନାହିଁ। ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କିରଣ ପୋଲାର୍ଡ ୨ ଓଭରରେ ୮ରନ ଦେଇ ୨ ଓ୍ବିକେଟ୍ ଏବଂ ରିଲେ ମେରିଡିଥ୍‌ ୪ ଓଭରରେ ୪୦ରନ ଦେଇ ୨ଟି ଓ୍ବିକେଟ ନେଇଛନ୍ତି। ଡାନିଏଲ୍‌ ସାମସ୍‌ ଗୋଟିଏ ଓ୍ଵିକେଟ୍ ନେଇଥିେଲ।

Comments are closed, but trackbacks and pingbacks are open.